ନୂଆଦିଲ୍ଲୀ, 29 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଜରୁରୀକାଳର ୫୦ତମ
ବାର୍ଷିକୀ ଉପଲକ୍ଷେ ଏହି ଇତିହାସର କଳା ଅଧ୍ୟାୟକୁ ସ୍ମରଣ କରି କହିଛନ୍ତି ଯେ,
ଏହା
କେବଳ ସଂବିଧାନର ହତ୍ୟା ନୁହେଁ, ବରଂ ନ୍ୟାୟପାଳିକାକୁ ମଧ୍ୟ ଗୁଲାମ ବନାଇବାକୁ
ଚେଷ୍ଟା କରାଯାଇଥିଲା।
ସେ ଏହି ଅବସରରେ ଲକ୍ଷାଧିକ ଏମିତି ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ,
ଯେଉଁମାନେ
ଆତ୍ୟାଚାର ଭୋଗ କରି ଗଣତନ୍ତ୍ରର ସୁରକ୍ଷା କରିଥିଲେ। ମୋଦି କହିଛନ୍ତି ଯେ,
୧୯୭୫
ମସିହାରେ ଲାଗୁହୋଇଥିବା ଜରୁରୀକାଳ ସମୟରେ ଲୋକଙ୍କୁ ବିପୁଳ ପରିମାଣରେ ନିର୍ଯାତନା ଦିଆଯାଇଥିଲା।
ଜର୍ଜ ଫର୍ନାଣ୍ଡିସ୍ଙ୍କୁ ଜଂଜିରରେ ବାନ୍ଧିଦିଆଯାଇଥିଲା, ଛାତ୍ରଛାତ୍ରୀମାନେ
ଉତ୍ପୀଡିତ ହୋଇଥିଲେ ଓ ମିସା ଆଇନ ଅନ୍ତର୍ଗତ ବିନା କାରଣରେ ଲୋକଙ୍କୁ କାରାଗାରରେ ଭର୍ତ୍ତି
କରାଯାଇଥିଲା ଠେଲାଯାଇଥିଲା। ଅଭିବ୍ୟକ୍ତିର ସ୍ୱାଧୀନତାକୁ ସଂପୂର୍ଣ୍ଣ ଭାବେ ଦମନ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆପଣ କଳ୍ପନା କରିପାରିବେ ଯେ ସେଇ ସମୟ
କେମିତି ଭୟଙ୍କର ଥିଲା। ଜରୁରୀକାଳ ଲାଗୁ କରିଥିବା ଲୋକମାନେ କେବଳ ଆମ ସଂବିଧାନକୁ ହତ୍ୟା
କରିନଥିଲେ, ସେମାନଙ୍କ ଉଦ୍ଦେଶ୍ୟ ନ୍ୟାୟପାଳିକାକୁ ମଧ୍ୟ ଗୁଲାମ ବନାଇ ରଖିବା ଥିଲା।
ଏହି ସମୟରେ ଲୋକମାନେ ବିପୁଳ ପରିମାଣରେ ନିର୍ଯାତନା ଭୋଗ କରିଥିଲେ। ଏହାର ଏମିତି ଅନେକ ଉଦାହରଣ
ଅଛି, ଯାହାକୁ କେବେ ଭୁଲିହେବ ନାହିଁ। ସେ କାର୍ଯ୍ୟକ୍ରମ ସମୟରେ ପୂର୍ବତନ
ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ, ବାବୁ ଜଗଜୀବନ ରାମ ଓ ଅଟଳ ବିହାରୀ
ବାଜପେୟୀଙ୍କ ପୁରୁଣା ଅଡିଓ ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ସେମାନେ ସେଇ ସମୟର
ଭୟାବହତାକୁ ସ୍ପଷ୍ଟ କରିଥିଲେ।
ସେ କହିଛନ୍ତି ଯେ, ଜର୍ଜ ଫର୍ନାଣ୍ଡିସ୍ ସାହେବଙ୍କୁ ଜଂଜିରରେ
ବାନ୍ଧି ଦିଆଯାଇଥିଲା। ଅନେକ ଲୋକଙ୍କୁ ଅକଥନୀୟ ଯାତନା ଦିଆଯାଇଥିଲା। ମିସା ଆଇନ ଅନ୍ତର୍ଗତ ଅନେକ
ଲୋକଙ୍କୁ ବିନା କାରଣ ଗିରଫ କରାଯାଉଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ପୀଡିତ ହେଉଥିଲେ। ଅଭିବ୍ୟକ୍ତିର
ସ୍ୱାଧୀନତାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଦମନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,
ସେଇ
ସମୟରେ ଯେଉଁ ହଜାର ଲୋକ ଗିରଫ ହୋଇଥିଲେ ସେମାନେ ଏମିତି ଅମାନବୀୟ ଆତ୍ୟାଚାର ହୋଇଥିଲେ,
ତଥାପି
ଏହା ଭାରତୀୟ ଲୋକମାନଙ୍କର ସାମର୍ଥ୍ୟ ଯେ ସେମାନେ ନଇଁଲେ ନାହିଁ,
ଭଙ୍ଗିଲେ
ନାହିଁ ଏବଂ ଗଣତନ୍ତ୍ର ସହିତ କୌଣସି ବୁଝାମଣା କରିବାକୁ ସ୍ୱୀକାର କରିନଥିଲେ। ଶେଷରେ,
ଗଣତନ୍ତ୍ର-ଲୋକଙ୍କର
ଜୟ ହେଲା — ଜରୁରୀକାଳକୁ ହଟାଇ ଦିଆଗଲା ଏବଂ ଜରୁରୀକାଳ ଲାଗୁ କରିଥିବା ଲୋକମାନେ
ହାରିଗଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା