ନୂଆଦିଲ୍ଲୀ, 29 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର 'ମନ କି ବାତ୍'
କାର୍ଯ୍ୟକ୍ରମରେ
୨୧ ଜୁନରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସର ଭବ୍ୟତାକୁ ସ୍ମରଣ କରିଛନ୍ତି ଏବଂ ଦେଶବାସୀଙ୍କୁ
ଏଥିପାଇଁ ବଢ଼ୁଥିବା ସଚେତନତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,
୧୦
ବର୍ଷରେ ଯୋଗ ଦିବସ ଏକ ବିଶ୍ୱବ୍ୟାପୀ ଜନାନ୍ଦୋଳନ ରୂପ ଧାରଣ କରିଛି ଏବଂ ଏହାର ଅର୍ଥ ହେଉଛି
ଲୋକେ ନିଜ ଜୀବନରେ ଯୋଗକୁ ଅଂଶଗ୍ରହଣ କରିବାକୁ ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏବର୍ଷ ଵିଶାଖାପଟ୍ଟନମ୍ ସମୁଦ୍ରତଟରେ
ତିନି ଲକ୍ଷରୁ ଅଧିକ ଲୋକ ଏକାସାଙ୍ଗରେଯୋଗ କରିଛନ୍ତି,
ଯାହା
ଏକ ଐତିହାସିକ ଆୟୋଜନ ଥିଲା। ଏହାସହିତ, 2000ରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ
108 ମିନିଟ ପର୍ଯ୍ୟନ୍ତ 108 ଟି ସୂର୍ଯ୍ୟ ନମସ୍କାର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ନୌସେନା ଜାହାଜରେ, ହିମାଳୟର ବରଫ ଶିଖରରେ ଆଇ.ଟି.ବି.ପି. ଯବାନମାନେ
ଯୋଗ ପ୍ରଦର୍ଶନ କରିଛନ୍ତି ଏବଂ ଜମ୍ମୁ-କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚ ଚିନାବ୍ ବ୍ରିଜ ଉପରେ
ଯୋଗ ଆୟୋଜନ , ଯାହା ଦେଶର ଲୋକମାନଙ୍କ ମଧ୍ୟରେ ଯୋଗ ପ୍ରତି ଥିବା ଉତ୍ସାହକୁ ଦର୍ଶାଇଥାଏ।
ଦିଲ୍ଲୀରେ ଯମୁନା ନଦୀ ତଟରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ଯୋଗ ଶିବିର ଆୟୋଜିତ ହୋଇଥିଲା। ତେଲେଙ୍ଗାନାରେ
3000 ଜଣ ଦିବ୍ୟାଙ୍ଗ ଲୋକ ଏକାସାଙ୍ଗରେଯୋଗ
କରି ଏହି କଥା ସାବ୍ୟସ୍ତ କରିଛନ୍ତି ଯେ ଯୋଗ ଏକ ସଶକ୍ତିକରଣ ରାସ୍ତା ମଧ୍ୟ ଅଟେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏଥର ଯୋଗ ଦିବସର ଥିମ୍ ‘ଏକ ପୃଥିବୀ,
ଏକ ସ୍ୱାସ୍ଥ୍ୟ
ପାଇଁ ଯୋଗ’ କେବଳ ଏକ ନାରା ନୁହେଁ, ବରଂ ଏହା ‘ବସୁଧୈବ କୁଟୁମ୍ବକମ୍’
ର
ଭାବନାକୁ ସାକାର କରେ। ସେ କହିଛନ୍ତି ଯେ, ନ୍ୟୁୟର୍କ,
ଲଣ୍ଡନ୍,
ଟୋକିଓ
ଓ ପ୍ୟାରିସ୍ ଭଳି ବଡ଼ ସହରଗୁଡିକରୁ ମଧ୍ୟ ଯୋଗର ଫଟୋ ଆସିଛି,
ଯାହା
ଶାନ୍ତି, ସ୍ଥିରତା ଓ ସମତୁଳନ ପାଇଁ ପ୍ରେରଣା ଦେଉଛି। ପ୍ରଧାନମନ୍ତ୍ରୀ ଏହି
ଅବସରରେ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନେ ଯୋଗକୁ ନିଜ ଜୀବନର
ଅଂଶ ବନାନ୍ତୁ ଓ ବିଶ୍ୱକୁ ଭାରତର ଏହି ପ୍ରାଚୀନ ବିଦ୍ୟାରୁ ଲାଭ ମିଳିବା ପାଇଁ ସହଯୋଗ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା