ଖାଦ୍ୟ ଯେଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନ
ଧର୍ମଶାଳା, ୨୯ଜୁନ୍‌( ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମ ହଲରେ ଆଜି ରାସନ କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅ
ଖାଦ୍ୟ ଯେଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନ


ଖାଦ୍ୟ ଯେଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନ


ଧର୍ମଶାଳା, ୨୯ଜୁନ୍‌( ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମ ହଲରେ ଆଜି ରାସନ କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଂଟନ କରିଥିଲେ । ଅଜି ମନ୍ତ୍ରୀଙ୍କ ଦ୍ୱାରା ଧର୍ମଶାଳା ବ୍ଲକ ଅଂଚଳର ୧୪୫ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯୟାୟରେ ରାସନ କାର୍ଡ ବଂଟନ କରାଯାଇଛି । ଧର୍ମଶାଳା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାସନ କାର୍ଡ ବଂଟନ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା,ବିଧାୟକ ହିମାଂଶୁ ଶେଖର ସାହୁ, ଯାଜପୁର ପିଡି ଅଶୋକ କୁମାର ବେହୁରା, ବିଜେପି ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ ପ୍ରମୁଖ ଯୋଗଦେଇ ସରକାରଙ୍କ ନିତି ଓ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଧର୍ମଶାଳା ବ୍ଲକରେ ଅବେଦନ କରିଥିବା ୭୦୦ ପରିବାରଙ୍କୁ ରାସନ କାର୍ଡ ପ୍ରଦାନ ଲାଗି ସ୍ଥିର କରାଯାଇଛି । ଅଜି ପ୍ରଥମ ପର୍ଯ୍ୟାୟରେ ୧୪୫ଜଣ ହିତାଧିକାରୀଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କାର୍ଡ ବଂଟନ କରାଯାଇଥିବା ବେଳେ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନ କରାଯିବ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତ ସଂଚାଳନ କରିଥିବା ବେଳେ ପୁର୍ବତନ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଜେନା, ବିଜେପି ନେତା କାହ୍ନୁ ଚରଣ ଦାସ ସମେତ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande