ଭୁବନେଶ୍ୱର, 26 ଜୁନ (ହି.ସ) ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍
ଅଧିକାରୀ ଶ୍ରୀ ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ
କରିଛନ୍ତି। ଏହା ସହିତ ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଓଡ଼ିଶା ଶିଳ୍ପାଞ୍ଚଳ ଉନ୍ନୟନ ନିଗମ ର
ଅଧ୍ୟକ୍ଷ ଭାବରେ ତାଙ୍କର ଅତିରିକ୍ତ ଦାୟିତ୍ୱ ଜାରି ରଖିବେ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ରବିବାର ଦିନ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ରାଜ୍ୟ ସରକାରଙ୍କର ଏକ
ବଡ଼ ପ୍ରଶାସନିକ ପଦକ୍ଷେପ ଅଟେ।
୧୯୯୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଶ୍ରୀ ମିଶ୍ର ବର୍ତ୍ତମାନ ଅର୍ଥ ବିଭାଗର ଦାୟିତ୍ୱରେ
ରହିବା ସହିତ ଇଡକୋର ଅଧ୍ୟକ୍ଷ ଭାବରେ
କାର୍ଯ୍ୟ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ