କାଜିରଙ୍ଗାରେ ଯୋଡାଯାଇଥିବା ଛଠେ ଅଞ୍ଚଳର 40 ପ୍ରତିଶତ ଜଳମଗ୍ନ
ଶୋଣିତପୁର (ଆସାମ)3 ଜୁନ (ହି.ସ)-ଜାତୀୟ ଉଦ୍ୟାନ କାଜିରଙ୍ଗାରେ ଅନ୍ତର୍ଭୁକ୍ତ କରାଯାଇଥିବା ଛଠେ ଅଞ୍ଚଳରେ ପୁଣିଥରେ ବନ୍ୟା ତାଣ୍ଡବ ରଚିଛି।ବ୍ରହ୍ମପୁତ୍ର ନଦୀର ଉତ୍ତର କୁଳରେ ଅବସ୍ଥିତ ଜାମୁଗୁରୀହାଟର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନର ଛଟେ ଅନ୍ତର୍ଭ
କାଜିରଙ୍ଗାରେ ଯୋଡାଯାଇଥିବା ଛଠେ ଅଞ୍ଚଳର 40 ପ୍ରତିଶତ ଜଳମଗ୍ନ


ଶୋଣିତପୁର (ଆସାମ)3 ଜୁନ (ହି.ସ)-ଜାତୀୟ ଉଦ୍ୟାନ କାଜିରଙ୍ଗାରେ

ଅନ୍ତର୍ଭୁକ୍ତ କରାଯାଇଥିବା ଛଠେ ଅଞ୍ଚଳରେ ପୁଣିଥରେ ବନ୍ୟା ତାଣ୍ଡବ ରଚିଛି।ବ୍ରହ୍ମପୁତ୍ର ନଦୀର

ଉତ୍ତର କୁଳରେ ଅବସ୍ଥିତ ଜାମୁଗୁରୀହାଟର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନର

ଛଟେ ଅନ୍ତର୍ଭୁକ୍ତ ଅଞ୍ଚଳର 40 ପ୍ରତିଶତ ଅଞ୍ଚଳ ବନ୍ୟାପାଣିରେ ବୁଡି ଯାଇଛି।ମହାନ

ବ୍ରହ୍ମପୁତ୍ର ଏବଂ ଘିଲାଧାରୀ ନଦୀର ବନ୍ୟା ଯୋଗୁଁ

ଜାତୀୟ ଉଦ୍ୟାନରେ ଅନ୍ତର୍ଭୁକ୍ତ ଛଠା ଅଞ୍ଚଳର ଜଳମଗ୍ନ ହୋଇଛି । ଅନ୍ୟପକ୍ଷରେ ବନ୍ୟା ସମୟରେ

ଉଦ୍ୟାନରେ ଅନ୍ତର୍ଭୁକ୍ତ କରାଯାଇଥିବା ଛଠେ ଅଞ୍ଚଳରେ ରହୁଥିବା ବନ୍ୟପ୍ରାଣୀଙ୍କ କୌଣସି ପ୍ରକାର

କ୍ଷତି ନ ହୁଏ ଏହା ଉପରେ ବନକର୍ମଚାରୀଙ୍କ କଡା ନଜର ରହିଛି।ଉଦ୍ୟାନରେ ବନ୍ୟପ୍ରାଣୀଙ୍କ

ବାସସ୍ଥାନରେ ଖାଦ୍ୟ ସନ୍ଧାନରେ ଉଚ୍ଚ ସ୍ଥାନକୁ ଯିବା ସମୟରେ ବନ୍ୟପ୍ରାଣୀଙ୍କୁ ଯେପରି କୌଣସି

ବେଆଇନ ଶିକାରୀଙ୍କ ଆକ୍ରମଣର ଶିକାର ନ ହୁଅନ୍ତି,ଏଥିପାଇଁ ବନ୍ୟକର୍ମୀ ଦିନ ରାତି ସତର୍କ ରହି

ନଜର ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande