ନୁଆଦିଲ୍ଲୀ 3 ଜୁନ
(ହି.ସ)-ଭାରତରେ କରୋନା ଦ୍ରୁତ ଗତିରେ ବଢିଚାଲିଛି।ଦେଶରେ ମଙ୍ଗଳବାର ପର୍ଯ୍ୟନ୍ତ କରୋନା
ସଂକ୍ରମିତ ଲୋକଙ୍କ ସଂଖ୍ୟା 4000 ପାର କରିଛି।ଗତ 24 ଘଣ୍ଟାରେ ପାଞ୍ଚଜଣଙ୍କ ମୃତ୍ୟୁ
ଘଟିଛି।କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କେରଳରେ ଏକ,ମହାରାଷ୍ଟ୍ରରେ ଦୁଇ,ତାମିଲନାଡୁରେ ଏକ
ଏବଂ ପଶ୍ଚିମ ବଙ୍ଗଳାରେ ଜଣେ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 4026 ଅଟେ।
ସର୍ବାଧିକ ସଂକ୍ରମିତ ଲୋକ କେରଳରେ ମିଳିଛି।ସେମାନଙ୍କ ସଂଖ୍ୟା 1416।ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 494,ଗୁଜୁରାଟରେ 397 ଏବଂ
ଦିଲ୍ଲୀରେ 393।ତଥାପି ଗତ 24 ଘଣ୍ଟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ
90 ହ୍ରାସ ପାଇଛି।ଗୁଜୁରାଟରେ ଲହରୀ ବୃଦ୍ଧି ପାଇଛି।ସଂକ୍ରମିତ ଲୋକଙ୍କ ସଂଖ୍ୟା 59 ବୃଦ୍ଧି
ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା