ହରିଦ୍ୱାର ଜମି ଦୁର୍ନୀତି:ଦୁଇଜଣ ଆଇଏଏସ ଏବଂ ଜଣେ ପିସିଏସ ଅଫିସର ସମେତ ମୋଟ 12 କର୍ମଚାରୀ ସସ୍ପେଣ୍ଡ
ଡେରାଡୁନ 3 ଜୁନ (ହି.ସ)-ରାଜ୍ୟର ଧାମୀ ସରକାର ହରିଦ୍ୱାରରେ 54 କୋଟି ଟଙ୍କାର ଜମି ଦୁର୍ନୀତିରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହି ମାମଲାରେ ଦୁଇ ଜଣ ଆଇଏଏସ,ଏକ ପୀସୀଏସ ଅଫିସର ସମେତ ମୋଟ 12 କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।ଏହା ସହିତ ଏବେ ଭିଜିଲାନ୍ସ ଜମ
ହରିଦ୍ୱାର ଜମି ଦୁର୍ନୀତି:ଦୁଇଜଣ ଆଇଏଏସ ଏବଂ ଜଣେ ପିସିଏସ ଅଫିସର ସମେତ ମୋଟ 12 କର୍ମଚାରୀ ସସ୍ପେଣ୍ଡ


ଡେରାଡୁନ 3 ଜୁନ

(ହି.ସ)-ରାଜ୍ୟର ଧାମୀ ସରକାର ହରିଦ୍ୱାରରେ 54 କୋଟି ଟଙ୍କାର ଜମି ଦୁର୍ନୀତିରେ ବଡ

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହି ମାମଲାରେ ଦୁଇ ଜଣ ଆଇଏଏସ,ଏକ ପୀସୀଏସ ଅଫିସର ସମେତ ମୋଟ

12 କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।ଏହା ସହିତ ଏବେ ଭିଜିଲାନ୍ସ ଜମି ଦୁର୍ନୀତିର ତଦନ୍ତ

କରିବ।ହରିଦ୍ୱାର ନଗର ନିଗମ ଦ୍ୱାରା ଅଳିଆଗଦା ନିକଟରେ ଥିବା ଅନୁପଯୁକ୍ତ ଏବଂ ଶସ୍ତା କୃଷି ଜମିକୁ

54କୋଟି ଟଙ୍କାରେ କ୍ରୟ କରିବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।ନା ଜମିର ପ୍ରକୃତ

ଆବଶ୍ୟକତା ଥିଲା ,ନା ସ୍ୱଚ୍ଛ ନିଲାମ ପ୍ରକ୍ରିୟା ଅନୁସରଣ କରାଯାଇଥିଲା।ପ୍ରଶାସନର ସ୍ପଷ୍ଟ

ନିୟମକୁ ଉଲଙ୍ଘନ କରାଯାଇଥିଲା ଯାହା ପ୍ରତ୍ୟେକ

ସ୍ତରରେ ସନ୍ଦେହଜନକ ଥିଲା।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସମ୍ପୁର୍ଣ୍ଣ ଘଟଣାରନିରପେକ୍ଷ

ତଦନ୍ତ କରିଥିଲେ ଏବଂ ରିପୋର୍ଟ ମିଳିବା ମାତ୍ରେ ତିନିଜଣ ବଡ ଅଫିସରଙ୍କ ବିରୁଦ୍ଧରେ ବଡ

କାର୍ଯ୍ୟାନୁଷ୍ଠାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande