ବୋଲେରୋ ଟ୍ରକ ମୁହାଁମୁହିଁ: ବୋଲେରୋ ଡ୍ରାଇଭର ମୃତ
କେନ୍ଦୁଝର, 30 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ନମ୍ବର ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳୁ ସ୍କୁଲ୍ ପିଲାଙ୍କୁ ଯାଉଥିବା ବୋଲେରୋକୁ ଧକ୍କା ଦେଇଛି ଟ୍ରକ୍ । ଟ୍ରକ୍ ଧକ୍କାରେ ବୋଲେରୋ ଡ୍ରାଇଭର୍ ମୃତ ହୋଇଥିବା ଜଣାପଡିଛି। ମୃତକ ଡ୍ରା
ବୋଲେରୋ ଟ୍ରକ ମୁହାଁମୁହିଁ: ବୋଲେରୋ ଡ୍ରାଇଭର ମୃତ


କେନ୍ଦୁଝର, 30 ଜୁନ୍ (ହି.ସ.)

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ନମ୍ବର ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳୁ ସ୍କୁଲ୍ ପିଲାଙ୍କୁ ଯାଉଥିବା ବୋଲେରୋକୁ ଧକ୍କା ଦେଇଛି ଟ୍ରକ୍ । ଟ୍ରକ୍ ଧକ୍କାରେ ବୋଲେରୋ ଡ୍ରାଇଭର୍ ମୃତ ହୋଇଥିବା ଜଣାପଡିଛି। ମୃତକ ଡ୍ରାଇଭର ଜଣକ ଭଗାନଇ ଗାଁର ଅବିନାଶ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଖଲଣା ଜାଭିଅର୍ ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରାକୁ ଏକ ନୂଆଗାଁ ଛକ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବେଲେରୋ ଡ଼୍ରାଇଭର୍ଙ୍କର ମୃତ୍ୟୁ ଘଟିଛି । ବୋଲେରୋରେ ୬ଜଣ ଛାତ୍ରଛାତ୍ରୀ ଯାଉଥିବା ବେଳେ, ସେମାନଙ୍କ ମଧ୍ୟରୁ ୨ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ସାଇଁକୁଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande