ନୂଆଦିଲ୍ଲୀ, ଜୁନ୍ ୩୦ (ହିସ)- କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଜୁନ୍ ୩୦ ରୁ ଜୁଲାଇ ୫ ପର୍ଯ୍ୟନ୍ତ ସ୍ପେନ୍, ପର୍ତୁଗାଲ୍ ଏବଂ ବ୍ରାଜିଲ୍ ଗସ୍ତରେ ଯିବେ। ଏହି ସମୟରେ, ସେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ।
ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ପେନ୍ ର ସେଭିଲ୍ ଗସ୍ତ ସମୟରେ ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ବିକାଶ ପାଇଁ ଆର୍ôଥକ ସହାୟତା ଉପରେ ଚତୁର୍ଥ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ 'ଏଫଏଫଡି୪ ର ଫଳାଫଳରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ: ସ୍ଥାୟୀ ବିକାଶ ପାଇଁ ଘରୋଇ ପୁଞ୍ଜିର ସମ୍ଭାବନାକୁ ଉପଯୋଗ କରିବା' ହେବ। ଏହି ସମୟରେ, ସୀତାରମଣ ଜର୍ମାନୀ, ପେରୁ ଏବଂ ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ ମନ୍ତ୍ରୀ ଏବଂ ୟୁରୋପୀୟ ନିବେଶ ବ୍ୟାଙ୍କ (ଇଆଇଡିବି) ର ସଭାପତିଙ୍କୁ ଭେଟିବେ।
ମନ୍ତ୍ରଣାଳୟ ଅନୁଯାୟୀ, ପର୍ତୁଗାଲର ଲିସବନ ଗସ୍ତ ସମୟରେ, ସୀତାରମଣ ପର୍ତୁଗାଲର ଅର୍ଥମନ୍ତ୍ରୀଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିବେ। ଏହା ବ୍ୟତୀତ, ସେ ପ୍ରମୁଖ ନିବେଶକ ଏବଂ ଭାରତୀୟ ପ୍ରବାସୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ରିଓ ଡି ଜେନେରିଓରେ, କେନ୍ଦ୍ର ଅର୍ଥମନ୍ତ୍ରୀ ଭାରତର ଗଭର୍ଣ୍ଣର ଭାବରେ ନୂତନ ବିକାଶ ବ୍ୟାଙ୍କ (ଏନଡିବି) ର ୧୦ତମ ବାର୍ଷିକ ବୈଠକରେ ଉଦବୋଧନ ଦେବେ ଏବଂ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ (ଏଫଏମସିବିଜି) ମଧ୍ୟ ଅଂଶଗ୍ରହଣ କରିବେ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ