ଅମରନାଥ ଯାତ୍ରା ପାଇଁ ଜମ୍ମୁ ବେସ କ୍ୟାମ୍ପରୁ ଟ୍ରାଏଲ ରନ୍
ଜମ୍ମୁ, 30 ଜୁନ୍ (ହି.ସ.) -ପବିତ୍ର ଅମରନାଥ ଯାତ୍ରାର ଜମ୍ମୁ ଆଧାର ଶିବିର ଯାତ୍ରୀ ନିବାସରେ ଆଜି ଆଗାମୀ ତୀର୍ଥଯାତ୍ରାର ପ୍ରସ୍ତୁତି ସମୀକ୍ଷା ପାଇଁ ଟ୍ରାଏଲ୍ ରନ୍ କରାଯାଇଛି। ଏହି ଅବସରରେ ବସଗୁଡ଼ିକୁ ସୁରକ୍ଷା ସହିତ ପଠାଯାଇଛି। ଏହି ସୂଚନା ଜମ୍ମୁର ଡେପୁଟି କମିଶନର ଅ
ଅମରନାଥ ଯାତ୍ରା ପାଇଁ ଜମ୍ମୁ     ବେସ କ୍ୟାମ୍ପରୁ ଟ୍ରାଏଲ ରନ୍


ଜମ୍ମୁ, 30 ଜୁନ୍ (ହି.ସ.)

-ପବିତ୍ର ଅମରନାଥ

ଯାତ୍ରାର ଜମ୍ମୁ ଆଧାର ଶିବିର ଯାତ୍ରୀ ନିବାସରେ ଆଜି ଆଗାମୀ ତୀର୍ଥଯାତ୍ରାର ପ୍ରସ୍ତୁତି

ସମୀକ୍ଷା ପାଇଁ ଟ୍ରାଏଲ୍ ରନ୍ କରାଯାଇଛି। ଏହି ଅବସରରେ ବସଗୁଡ଼ିକୁ ସୁରକ୍ଷା ସହିତ ପଠାଯାଇଛି।

ଏହି ସୂଚନା ଜମ୍ମୁର ଡେପୁଟି କମିଶନର ଅଚିନ କୁମାର ବୈଶ୍ୟ ଦେଇଛନ୍ତି। ସେ ତୀର୍ଥଯାତ୍ରୀଙ୍କୁ ବହୁ

ସଂଖ୍ୟାରେ ଆସିବାକୁ ଅନୁରୋଧ କରିଛନ୍ତି। ବୈଶ୍ୟ କହିଛନ୍ତି ଯେ,

ଆଧାର ଶିବିରରେ ଯଥାଯଥ ଆୟୋଜନ କରାଯାଇଛି। ୩୮ ଦିନିଆ

ଏହି ତୀର୍ଥଯାତ୍ରା ୩ ଜୁଲାଇରେ ବାଲଟାଲ୍ ଏବଂ ପାହାଲଗାମରୁ ଆରମ୍ଭ ହେବ। ଅଚିନ ବୈଷ୍ଣ୍ୟ

କହିଛନ୍ତି ଯେ, ଆଜି ସରସ୍ୱତୀ

ଧାମରେ ଟୋକନ୍ ବଣ୍ଟନ କରାଯିବ।

ଏହାପୂର୍ବରୁ ରବିବାର,

ସୁରକ୍ଷାକୁ ଦୃଷ୍ଟିରେ ରଖି ସେନା,

ସିଆରପିଏଫ,ଜମ୍ମୁ-କଶ୍ମୀର ପୁଲିସ୍ ଓ ଜମ୍ମୁ-କଶ୍ମୀର ରାଜ୍ୟ ବିପର୍ଯ୍ୟୟ

ପ୍ରତିକ୍ରିୟା ବାହିନୀ ସଂଯୁକ୍ତ ଭାବେ ଏକ ମକ ଭୂସ୍ଖଳନ ଅଭ୍ୟାସ କରିଥିଲେ। ଏହି ଅଭ୍ୟାସଟି

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସହିତ ସମ୍ରୋଲି, ତୋଲ୍ଡି ନାଳା ଅଞ୍ଚଳରେ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande