ବସ୍ତ୍ର ଶ୍ରମିକମାନଙ୍କ ସମସ୍ୟାର ଶୀଘ୍ର ହେବ ସମାଧାନ- ପାବିତ୍ରା ମାର୍ଗେରିଟା
କୋଏମ୍ବାଟୁର, 30 ଜୁନ୍ (ହି.ସ.) - କୋଏମ୍ବାଟୁରର ରେସ୍‌କୋର୍ସ ଅଞ୍ଚଳରେ ଥିବା ଗୋଟିଏ ହୋଟେଲ୍‌ରେ ସୋମବାର ଦିନ ଫାଇବର୍ ଯାର୍ନ ଉପରେ ଏକ ସେମିନାର୍‌ର ଆୟୋଜିତ ହୋଇଯାଇଛି । ଏହି ସେମିନାରରେ କେନ୍ଦ୍ରୀୟ ବସ୍ତ୍ର ରାଜ୍ୟମନ୍ତ୍ରୀ ପାବିତ୍ରା ମାର୍ଗେରିଟା ବିଶେଷ ଭାବେ ସା
ବସ୍ତ୍ର ଶ୍ରମିକମାନଙ୍କ     ସମସ୍ୟାର ଶୀଘ୍ର ହେବ ସମାଧାନ- ପାବିତ୍ରା ମାର୍ଗେରିଟା


କୋଏମ୍ବାଟୁର, 30 ଜୁନ୍ (ହି.ସ.)

- କୋଏମ୍ବାଟୁରର

ରେସ୍‌କୋର୍ସ ଅଞ୍ଚଳରେ ଥିବା ଗୋଟିଏ ହୋଟେଲ୍‌ରେ ସୋମବାର ଦିନ ଫାଇବର୍ ଯାର୍ନ ଉପରେ ଏକ

ସେମିନାର୍‌ର ଆୟୋଜିତ ହୋଇଯାଇଛି । ଏହି ସେମିନାରରେ କେନ୍ଦ୍ରୀୟ ବସ୍ତ୍ର ରାଜ୍ୟମନ୍ତ୍ରୀ

ପାବିତ୍ରା ମାର୍ଗେରିଟା ବିଶେଷ ଭାବେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ଏହି ଅବସରରେ

ତମିଲନାଡୁରେ ବସ୍ତ୍ର କ୍ଷେତ୍ରରେ ହେଉଥିବା ଉତ୍କୃଷ୍ଟ କାର୍ଯ୍ୟର ପ୍ରଶଂସା କରିଥିଲେ। ସେ

କହିଥିଲେ ଯେ, ତମିଳନାଡୁରେ

ରାଷ୍ଟ୍ରୀୟ ବସ୍ତ୍ର ନିଗମ ସହ ସଂପୃକ୍ତ ଯେଉଁ

ସାତଟି ମିଲ୍ କୋଭିଡ୍ ମହାମାରୀ ସମୟରେ ବନ୍ଦ ହୋଇଯାଇଥିଲେ, ସେଗୁଡିକୁ ପୁନଃ ଖୋଲିବା ପାଇଁ ପଦକ୍ଷେପ ନିଆଯିବ ।

ସେ କହିଛନ୍ତି ଯେ,

ତମିଲନାଡୁ ବସ୍ତ୍ର କ୍ଷେତ୍ରରେ ବହୁତ ଭଲ କାମ କରୁଛି।

କେନ୍ଦ୍ର ସରକାର ଏହି କ୍ଷେତ୍ରର ଉନ୍ନତି ପାଇଁ ତମିଳନାଡୁକୁ ଯଥାସମ୍ଭବ ସମସ୍ତ ସହଯୋଗ ଦେଉଛନ୍ତି

ଓ ଆଗାମୀ ଦିନରେ ମଧ୍ୟ ଦେବେ। ସେଆହୁରି କହିଛନ୍ତି ଯେ,

ବସ୍ତ୍ର ଶ୍ରମିକମାନଙ୍କର ସମସ୍ୟାଗୁଡ଼ିକୁ ଶୀଘ୍ର

ସମାଧାନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande