ଆଜି ଓ କାଲି ରାଷ୍ଟ୍ରପତିଙ୍କ ଉତରପ୍ରଦେଶ ଗସ୍ତ ଓ ଆଜି ଉପରାଷ୍ଟ୍ରପତିଙ୍କ ରାଜସ୍ଥାନ ଗସ୍ତ
ନୂଆଦିଲ୍ଲୀ, 30 ଜୁନ୍ (ହି.ସ.) -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓ ଆସନ୍ତାକାଲି (୩୦ ଜୁନ୍ – ୧ ଜୁଲାଇ) ଉତ୍ତର ପ୍ରଦେଶର ବରେଲୀ ଓ ଗୋରଖପୁର ଗସ୍ତରେ ରହିବେ। ଏହି ସମୟରେ ସେ ବିଭିନ୍ନ ଶିକ୍ଷାତ୍ମକ ଓ ସ୍ୱାସ୍ଥ୍ୟ ସଂସ୍ଥାନର କାର୍ଯ୍ୟକ୍ରମରେ ଅଂଶ ନେବେ ଏବଂ ଅନେକ ବି
ଆଜି ଓ କାଲି ରାଷ୍ଟ୍ରପତିଙ୍କ     ଉତରପ୍ରଦେଶ ଗସ୍ତ ଓ ଆଜି ଉପରାଷ୍ଟ୍ରପତିଙ୍କ ରାଜସ୍ଥାନ ଗସ୍ତ


ନୂଆଦିଲ୍ଲୀ, 30 ଜୁନ୍ (ହି.ସ.)

-ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ଆଜି ଓ ଆସନ୍ତାକାଲି (୩୦ ଜୁନ୍ – ୧ ଜୁଲାଇ) ଉତ୍ତର ପ୍ରଦେଶର ବରେଲୀ ଓ ଗୋରଖପୁର ଗସ୍ତରେ ରହିବେ। ଏହି ସମୟରେ ସେ ବିଭିନ୍ନ

ଶିକ୍ଷାତ୍ମକ ଓ ସ୍ୱାସ୍ଥ୍ୟ ସଂସ୍ଥାନର

କାର୍ଯ୍ୟକ୍ରମରେ ଅଂଶ ନେବେ ଏବଂ ଅନେକ ବିକାଶ କାର୍ଯ୍ୟର ଉଦ୍‌ଘାଟନ କରିବେ। ଏହାଛଡ଼ା

ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ ଆଜି ରାଜସ୍ଥାନ ଗସ୍ତରେ ରହିବେ। ଏହି ସୂଚନା ଭାରତ ସରକାରଙ୍କ ପତ୍ର ଓ ସୂଚନା କାର୍ଯ୍ୟାଳୟ ତରଫରୁ ଜାରିଥିବା ଏକ

ବିଜ୍ଞପ୍ତିରେ ଦିଆଯାଇଛି।

ପିଆଇବି ଅନୁଯାୟୀ,

ରାଷ୍ଟ୍ରପତି ମୁର୍ମୁ ଆଜି ବରେଲୀରେ ଅବସ୍ଥିତ ଭାରତୀୟ

ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ୧୧ତମ ଦିକ୍ଷାନ୍ତ ସମାରୋହର ଅଧ୍ୟକ୍ଷତା କରିବେ। ଏହାପରେ

ସେ ଗୋରଖପୁର ଯିବେ ଏବଂ ଏଠାରେ ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ,

ଗୋରଖପୁରର ପ୍ରଥମ ସାମବର୍ତ୍ତନ ଉତ୍ସବକୁ ସମ୍ବୋଧନ

କରିବେ।

ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 1

ଜୁଲାଇରେ ଗୋରଖପୁରରେ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିବେ। ଏହାଛଡ଼ା ସେ

ମହାଯୋଗୀ ଗୋରଖନାଥ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ,

ଯେଉଁଠାରେ ସେ ବିଶ୍ୱବିଦ୍ୟାଳୟର ଅଡିଟୋରିଅମ୍,

ଅକାଡେମିକ୍ ବ୍ଲକ୍ ଓ ପଞ୍ଚକର୍ମ କେନ୍ଦ୍ରର ଉଦ୍‌ଘାଟନ

କରିବେ। ଏକ ନୂଆ ଛାତ୍ରୀନିବାସର ଭିତ୍ତିପ୍ରସ୍ତର ରଖିବେ।

ପିଆଇବିଅନୁଯାୟୀ, ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ ଆଜି ରାଜସ୍ଥାନର ରାଜଧାନୀ ଜୟପୁର ଗସ୍ତ କରିବେ। ଏହି ସମୟରେ

ସେ ଜୟପୁରର ରାଜସ୍ଥାନ ସଂବିଧାନ କ୍ଲବରେ ଆୟୋଜିତ ‘ସ୍ନେହ ମିଳନ ସମାରୋହ’ରେ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande