ଚମ୍ପୁଆ, ୪ ଜୁନ୍ (ହି.ସ.) - ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗୃହିତ ହୋଇଛି । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଉମାକାନ୍ତ ସାହୁ ଉଦଘାଟନ କରିଥିଲେ । ଏଥିରେ ଏନଏସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କ ସମେତ ପ୍ରତାପ ସାମଲ, ଅନନ୍ତ ଚରଣ ସାହୁ, ପ୍ରକାଶ ଚନ୍ଦ୍ର କୁଣ୍ଡୁ, ବିଜୟ କୁମାର ମିଶ୍ର, ସୁବ୍ରତ ଦେହୁରୀ, ସନ୍ତୋଷ ନାଏକ, ହରେକୃଷ୍ଣ ନାଏକ, ବିକାଶ ମହାନ୍ତ, ବିଶ୍ୱଜିତ ମହନ୍ତ, ଅମନ ରାମ, ରଚିତା ସାହୁ, ପଦ୍ମାବତୀ ରାଜ, ସଚ୍ଚିକାନ୍ତ ଦେହୁରୀଙ୍କ ସହିତ ସ୍ୱଛସାଥୀ ଓ ସୁପରଭାଇଜର ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଡା. ଏସଆର ମଲ୍ଲିକ, ଭଗବତୀ ନାଏକ, ଶିବା ବେହେରା, ରକ୍ତିମା ପ୍ରଧାନ, ବାସୁ ମୁଖି ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta