ନୂଆଦିଲ୍ଲୀ, 4 ଜୁନ୍ (ହି.ସ.)-ଦେଶର ଦୁଇଟି ପ୍ରମୁଖ ସଂସ୍ଥା ଆଇଆଇଟି ଦିଲ୍ଲୀ ଓ ଏମ୍ସ ଦିଲ୍ଲୀ ବୁଧବାର ଦିନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ପାଇଁ
ଏକ ଉତ୍କୃଷ୍ଟତା କେନ୍ଦ୍ର ସ୍ଥାପନ କରିବା ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ କରିଛନ୍ତି ।
ଆଇଆଇଟି ଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ଏମ.
ଶ୍ରୀନିବାସ ଓ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ରଙ୍ଗନ ବାନାର୍ଜୀ ଏହି ଏମଓୟୁରେ
ସ୍ୱାକ୍ଷର କରିଛନ୍ତି। ପ୍ରଫେସର ଶ୍ରୀନିବାସ କହିଛନ୍ତି ଯେ, ଏହି ବୁଝାମଣା ଏକ
ଦୀର୍ଘମିଆଦି ସହଯୋଗମୂଳକ ଗବେଷଣାର ଆରମ୍ଭ, ଯାହା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ
ବଡ଼ ପରିବର୍ତ୍ତନ ଆଣିପାରିବ। ସେହିପରି, ପ୍ରଫେସର ରଙ୍ଗନ ବାନାର୍ଜୀ କହିଛନ୍ତି ଯେ,
ଏମ୍ସ
ଓ ଆଇଆଇଟି ଦିଲ୍ଲୀ ମଧ୍ୟରେ ବୁଝାମଣାରେ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଶସ୍ତା ଓ ସୁଗମ
ସ୍ୱାସ୍ଥ୍ୟସେବା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା