ସମ୍ବଲପୁର, ୦୯ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଂଚାୟତ ସ୍ଥିତ ଭାରତ ମାତା ବୈଦିକ ସେବାଶ୍ରମ ସଂସ୍କୃତି ଜାଗରଣ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ରୌପ୍ୟ ଜୟନ୍ତୀରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ବେଳେ ମଂଚାସୀନ ଅତିଥି ଓ ଗୁରୁଜୀ ସତମାର୍ଗରେ ଜୀବନ ଜୀବିକାକୁ ନେଇ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବା ପାଇଁ ସୁ ପରାମର୍ଶ ଦେଇଥିଲେ। ଏହି ରୌପ୍ୟ ଜୟନ୍ତୀ ଅବସରରେ ୧୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ସେବାଶ୍ରମ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ କବି ମୂରଲୀଧର ନାୟକଙ୍କୁ 'ଆମର ଜ୍ୟୋତି', ଜମନକିରାର ବିଶିଷ୍ଟ କବିରତ୍ନ ପ୍ରମୋଦ କୁମାର ନାୟକଙ୍କୁ 'ମାର୍କେଣ୍ଡେୟ ଜ୍ୟୋତି' ଓ ସଦର ମହକୁମା ଡାକ୍ତରଖାନାର ନର୍ସିଂ ଅଧିକାରିଣୀ ନିନା ପଟେଲଙ୍କୁ ସୂଚାରୁ ରୂପେ ନିଜ କାର୍ଯ୍ୟ ତୁଲାଇ ରୋଗୀମାନଙ୍କର ଉତମ ସେବା କରୁଥିବା ଯୋଗୁଁ ତାଙ୍କୁ 'ବିଶିଷ୍ଟ ସମ୍ମାନ'ରେ ସମ୍ମାନିତ କରି ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ