ଭୁବନେଶ୍ୱର 9 ଜୁନ୍ (ହି.ସ.)ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ କମୁ୍ୟନିଷ୍ଟ ନେତା, ସ୍ତମ୍ଭକାର, ଲେଖକ, ମାର୍କ୍ସବାଦ ତତ୍ତ୍ୱବିତ୍ କମ୍ରେଡ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ୨୫ତମ ସ୍ମୃତି ବାର୍ଷିକୀ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ କମ୍ରେଡ଼ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସ୍ମାରକୀ ରାଜ୍ୟସ୍ତରୀୟ ଆଦର୍ଶଗତ ପାର୍ଟି ଶିକ୍ଷା ଶିବିର ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ତଥା ପାର୍ଟି ଶିକ୍ଷା ବିଭାଗର ଆବାହକ ଡଃ ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋଙ୍କ ଦ୍ୱାରା ଜୁନ ୪ତାରିଖଦିନ ଉଦ୍ଘାଟିତ ହୋଇ ଆଜି ଉଦ୍ୟାପିତ ହୋଇଯାଇଛି । ଉକ୍ତ ଶିକ୍ଷା ଶିବିରର ବିଭିନ୍ନ ଦିବସରେ ଅନେକ ବିଷୟବସ୍ତୁ ଯଥା ମାର୍କ୍ସବାଦୀ ଦର୍ଶନ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ଅବସ୍ଥାରେ ସିପିଆଇର ଭୂମିକା, ରାଜନୈତିକ ଅର୍ଥନୀତି, ବିଶ୍ୱ କମୁ୍ୟନିଷ୍ଟ ଆନେ୍ଦାଳନ ଓ ବାମପନ୍ଥୀଙ୍କ ସ୍ଥିତି, ଭାରତୀୟ ସଂସ୍କୃତି, ଇତିହାସ ଓ ସାମ୍ପ୍ରଦାୟିକତାବାଦ, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ପାର୍ଟି ସଂଗଠନ ଉପରେ ପାର୍ଟି ଶିକ୍ଷକ ଭାବରେ ଶ୍ରୀହର୍ଷ ରଥ, ଡଃ ଅମିୟ କୁମାର ମହାନ୍ତି, ରମେଶ ଚନ୍ଦ୍ର ପାଢ଼ୀ, ବିଜୟ କୁମାର ପଢ଼ିହାରୀ, ଡଃ ମାନସ ବେହେରା, କିଶୋର ଜେନା ଓ ଡଃ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଶିକ୍ଷା ପ୍ରଦାନ କରିଥିଲେ ।
ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଉକ୍ତ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଥିଲାବେଳେ ଆଜି ଉଦ୍ୟାପନୀ ଉତ୍ସବରେ ଡଃ ପ୍ରଶାନ୍ତ କୁମାର ମିଶ୍ର, କ୍ଷୀରୋଦ ସିଂହଦେଓ, ଜୟନ୍ତ ଦାସ, ସୁର ଜେନା, କିଶୋର ଜେନା, ଭୁବନଚାନ୍ଦ ହାତୀ ଓ ହିମାଂଶୁ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷା ଶିବିରର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସାମାଜିକ ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଥିବା ସାଥୀମାନଙ୍କର ଶିକ୍ଷା ଶିବିରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଶିକ୍ଷାର୍ଥୀ ଯୋଗଦେଇଥିଲେ ବୋଲି ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ପକ୍ଷରୁ ଡଃ ପ୍ରଶାନ୍ତ କୁମାର ମିଶ୍ର ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା