ଖୋର୍ଦ୍ଧା, ୯ ଜୁନ୍ (ହି.ସ.) - ସୋମବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ, ବିରିବାଡି ଗ୍ରାମ ପଂଚାୟତର ଶ୍ରୀ ଲୋକନାଥ ଦେବ ମାନସିଂ ବିଦ୍ୟାପୀଠ ପରିସରରେ ଜିଲ୍ଲାପାଳ ଚଂଚଳ ରା଼ଣାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଅଭିଯୋଗ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ , ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାନି ବେହେରା, ବିଡିବାଡ଼ି ଗ୍ରାମପଂଚାୟତ ସରପଂଚ, ବିଷ୍ଣୁ ପ୍ରିୟା ସେନ୍,ବି ଡି ଓ ପୂର୍ଣ୍ଣ ମହାପାତ୍ର, ତହସିଲଦାର କାହ୍ନୁ ଚରଣ ଦଳାଇ,ଡେପୁଟି କଲେକ୍ଟର, ଜରୁରୀ,ଶ୍ରିତପା ମିଶ୍ର,ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ୱରୀ କଅଁର ପ୍ରମୁଖ ଯୋଗଦେଇଥିଲେ । ଆଜିର ଅଭିଯୋଗ ଶିବିରକୁ ମୋଟ ୧୬୬ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୫୫ଟି ଅଭିଯୋଗ ବ୍ୟକ୍ତିଗତ, ୧୫ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା କ୍ଷ ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୫ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ । ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବିରିବାଡି, ଚିଲିକା ର ମନୋଜ କୁମାର ଗୁମାନସିଂ ଙ୍କୁ ପନ୍ଦର ହଜାର, ହରିପୁର, ଚିଲିକାର, ହକିମ୍ ଦଲାଇଙ୍କୁ ପନ୍ଦର ହଜାର ଏବଂ କୁହୁଡି ର ମେଘନାଦ ତାରାଇଙ୍କୁ ଦଶ ହଜାର ଟଙ୍କା ଚିକିତ୍ସା ନିମନ୍ତେ ସି ଏମ ଆର ଏଫ୍ ପାଣ୍ଠିରୁ ପଚାଶ ହଜାର ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସୋରୋନ,ଚିଲିକା ର ରଞ୍ଜିତା ବାରିକଙ୍କୁ କୋଡ଼ିଏ ହଜାର ଟଙ୍କା ଚିକିତ୍ସା ନିମନ୍ତେ ଆର୍ôଥକ ସହାୟତା କୁ ନେଇ ସର୍ବମୋଟ ଷାଠିଏ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରିଥିଲେ । ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଷ୍ଟଲ୍, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ସହରାଂଚଳ , ସରକାରଙ୍କ ଯୋଜନା ସହ ଆର୍ôଥକ ଅନଗ୍ରସରଙ୍କୁ ଯୋଡ଼ିବାର ମାଧ୍ୟମ (ସହଯୋଗ ଷ୍ଟଲ୍ ) ସ୍ୱଚ୍ଛ ସର୍ବେକ୍ଷଣ ଷ୍ଟଲ୍,, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ୱଚ୍ଛତା ଷ୍ଟଲ୍, ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଯୋଜନା ଷ୍ଟଲ୍,ଆଦ୍ୱିକା ଷ୍ଟଲ୍,ପୋଷଣ ମାସ ଏବଂ ସମନ୍ୱିତ ଶିଶୁ ପ୍ରକଳ୍ପ ଯୋଜନା ଆଦି ନିର୍ମିତ ସଚେତନତା ଷ୍ଟଲ୍ଲ ବୁଲି ଦେଖିଥିଲେ । ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ , ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ, ଖୋର୍ଦ୍ଧା, ଇଂ ଶିବ ଲାଲ ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା , ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ସୁଗୁଡା ମୁର୍ମୁ,ଏସ ଡି ଓ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ସ୍ମିତା ମହାନ୍ତିଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଂଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ