ପାଣିରେ ବୁଡି ନାବାଳକ ମୃତ
ଚମ୍ପୁଆ, 9 ଜୁନ୍ (ହି.ସ.) ଚମ୍ପୁଆ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମରେ ଜଣେ ନାବାଳକର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ମୃତ ନାବାଳକ ରାଣୀପୁର ଗ୍ରାମର ଲିଙ୍ଗରାଜ ନାୟକଙ୍କ ପୁଅ ବାସୁବୁ ନାୟକ (ଡାକ ନାମ ଫରେନ୍) (୧୦) । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ ବାସୁବୁ ଗ୍ରାମ ପୋଖରୀ
ପାଣିରେ ବୁଡି ନାବାଳକ ମୃତ


ଚମ୍ପୁଆ, 9 ଜୁନ୍ (ହି.ସ.) ଚମ୍ପୁଆ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମରେ ଜଣେ ନାବାଳକର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ମୃତ ନାବାଳକ ରାଣୀପୁର ଗ୍ରାମର ଲିଙ୍ଗରାଜ ନାୟକଙ୍କ ପୁଅ ବାସୁବୁ ନାୟକ (ଡାକ ନାମ ଫରେନ୍) (୧୦) । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ ବାସୁବୁ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲା । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରି ପୋଖରୀରୁ ବାସୁବୁଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ବାସୁବୁଙ୍କ ମୃତ୍ୟୁ ଘଟି ସାରିଥିଲା। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande