ବଲାଙ୍ଗୀର ସ୍ୱଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର
ବଲାଙ୍ଗିର, ୯ ଜୁନ୍ (ହି. ସ) - ବଲାଙ୍ଗୀର ସ୍ଥିତ ସ୍ୱଧାର ଗୃହରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୀମସାରର ବରିଷ୍ଠ ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ବିଶେଷଜ୍ଞ ପ୍ରେଫେସର ଡ଼ଃ ବେଣୁଧର ପାଣ୍ଡେ ଯୋଗଦେଇ ଥିଲେ । ସେଠାରେ ଥିବା ପ୍ରାୟ ୫୦
ବଲାଙ୍ଗୀର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର


ବଲାଙ୍ଗୀର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର


ବଲାଙ୍ଗୀର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର


ବଲାଙ୍ଗିର, ୯ ଜୁନ୍ (ହି. ସ) - ବଲାଙ୍ଗୀର ସ୍ଥିତ ସ୍ୱଧାର ଗୃହରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୀମସାରର ବରିଷ୍ଠ ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ବିଶେଷଜ୍ଞ ପ୍ରେଫେସର ଡ଼ଃ ବେଣୁଧର ପାଣ୍ଡେ ଯୋଗଦେଇ ଥିଲେ । ସେଠାରେ ଥିବା ପ୍ରାୟ ୫୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ତାଙ୍କର ଔଷଧ, ରକ୍ତ ପରୀକ୍ଷା, ଅଲଟ୍ରା ସାଉଣ୍ଡ ଆଦି ମାଗଣାରେ ଯୋଗେଇଦେବାପାଇଁ ଡ଼ଃ ପାଣ୍ଡେ ପ୍ରତିଶୃତି ଦେଇ ଥିଲେ । ତାହା ସହ ସ୍ୱଧାର ଗୃହରେ ଥିବା ଅନ୍ତେବାସୀଙ୍କ ପାଇଁ ନିୟମତି ଏମିତି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବନେଇ ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସୋମନାଥ ମିଶ୍ର, ମୁକେଶ ପଧାନ, ବୁଲୁ ମହାକୁର, ଅରୁଣ ନାଏକ, କାନ୍ଦର୍ପ ରଣା, ବହ ବଗର୍ତି, ପ୍ରିୟା ମିଶ୍ର, ସୁନିତା ବେହେରା, ଶିବନି ଜାଲ ସହ ସ୍ୱଧାର ଗୃହର କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande