ଜୟପୁର, ୯ ଜୁନ୍ (ହି.ସ.) - ମହିଳାଙ୍କୁ ଜୀବନରେ ଧମକ ଦେବା ସହ ଘରେ ପଶି ଭଙ୍ଗାରୁଜା ମାମଲା ରେ ଜଣେ ମକାପୁଟ ଗ୍ରାମର ରବି ଟାକରି । ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ମକାପୁଟ ମହିଳା ମୁକ୍ତା ମୁଦୁଲି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ଘରେ ପଶି ଟିଭି, ଫ୍ୟାନ ଲୁହା ଅସ୍ତ୍ର ଦ୍ୱାରା ଭାଙ୍ଗିବା, ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି । ଏହାସହ ଗୃହକୁ ଭାଙ୍ଗିବା ସହ ଘରୋଇ ଉପକରଣକୁ ବାହାରେ ଫିଙ୍ଗିଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଏନେଇ ସଦର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି