ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ଜୟପୁର, ୯ ଜୁନ୍ (ହି.ସ.) - କୋରାପୁଟ ଟାଉନହଲ ଠାରେ କୋରାପୁଟ ବ୍ଲକ ଓ ପୌରାଂଚଳ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଡିଓ ଦେବାଶିଷ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ
ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା


ଜୟପୁର, ୯ ଜୁନ୍ (ହି.ସ.) - କୋରାପୁଟ ଟାଉନହଲ ଠାରେ କୋରାପୁଟ ବ୍ଲକ ଓ ପୌରାଂଚଳ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଡିଓ ଦେବାଶିଷ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ,କୋରାପୁଟ ବ୍ଲକ ଉପାଧ୍ୟକ୍ଷ ଶିବ ଗୋଲରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।୨୦ ଗୋଟି ମହିଳା ଗୋଷ୍ଠୀ ସଦସ୍ୟା ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ମାଣ୍ଡିଆ, ସୁଆଁ, କାଙ୍ଗୁ ପ୍ରଭୃତି ଶସ୍ୟ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ରନ୍ଧା ଯାଇଥିଲା।ଏହି ପ୍ରତିଯୋଗିତାରେ କୋରାପୁଟ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର ୯ ରଥଶର୍ମା କଲୋନୀର ବାବା ଲୋକନାଥ ଏସଏଚଜି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କୋରାପୁଟ ବ୍ଲକ ଅନ୍ତର୍ଗତ ବଡକେରେଙ୍ଗାର ମେରୀ ଏସଏଚଜି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି। କୋରାପୁଟ ବ୍ଲକର ଦୁଇ କୃତୀ ପ୍ରତିଯୋଗୀ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କୋରାପୁଟ ବିଡିଓ ଦେବାଶିଷ ଗୌଡ଼, କୋରାପୁଟ ଶିଶୁ ବିକାଶ ଅଧିକାରୀ ସାବିତ୍ରୀ ପ୍ରଭା ସାହୁ ଏବଂ ଶିକ୍ଷୟତ୍ରୀ ସୃଜନୀ ପାଲ ବିଚାରକ ଭାବେ ଯୋଗଦେଇ ଥିଲେ। ମିଶନ ଶକ୍ତି ବିପିସି ସସ୍ମିତା ଖୋସଲା ଯୋଗଦେଇ ପରିଚାଳନା କରିଥିବା ବେଳେ କୋରାପୁଟ ପୌର ପରିଷଦର ସିଏମଏମୟୁ ମ୍ୟାନେଜର ଶଶିକାନ୍ତ ସ୍ୱାଇଁ ଏବଂଏମବିକେ,ସିଆରପି ଓବ୍ୟାଙ୍କମିତ୍ର ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande