ସେନାପଟା ଲାଗି ପାଇଁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ
ପୁରୀ, ୯ ଜୁନ୍ (ହି.ସ.) - ଶ୍ରୀମନ୍ଦିରରେ ରାଜେନ୍ଦ୍ରିଭିଷେକ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା ନୀତି ଚାଲୁ ରହିବ । ସୋମବାର ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ସ୍ନାନ ବେଦିକୁ ପହଣ୍ଡି ପାଇଁ ସେନାପଟା ନୀତି ଅନୁଷ୍ଠିତ
ସେନାପଟା ଲାଗି ପାଇଁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ


ପୁରୀ, ୯ ଜୁନ୍ (ହି.ସ.) - ଶ୍ରୀମନ୍ଦିରରେ ରାଜେନ୍ଦ୍ରିଭିଷେକ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା ନୀତି ଚାଲୁ ରହିବ । ସୋମବାର ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ସ୍ନାନ ବେଦିକୁ ପହଣ୍ଡି ପାଇଁ ସେନାପଟା ନୀତି ଅନୁଷ୍ଠିତ ହେବ । ଏଣୁ ସୋମବାର ରାତ୍ର ଆଳତି ପହୁଡ ଠାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande