ଜିଲାସ୍ତରୀୟ ୪ର୍ଥ ଟାଏକୋଣ୍ଡୋ ପ୍ରତିଯୋଗିତା
ଧର୍ମଶାଳା, ୯ ଜୁନ୍‌ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମରେ ୪ର୍ଥ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ଟାଏକୋଣ୍ଡୋ ସଂଘ ଓ ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦୁଇଟି ଇଭେଂଟ ଯଥା କ
ଜିଲାସ୍ତରୀୟ ୪ର୍ଥ ଟାଏକୋଣ୍ଡୋ ପ୍ରତିଯୋଗିତା


ଧର୍ମଶାଳା, ୯ ଜୁନ୍‌ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମରେ ୪ର୍ଥ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ଟାଏକୋଣ୍ଡୋ ସଂଘ ଓ ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦୁଇଟି ଇଭେଂଟ ଯଥା କ୍ୟୁରୋଗି ଓ ପୁମସି ପ୍ରତିଯୋଗିତା କରାଯାଇଥିଲା । ଯାଜପୁର ଜିଲାର ୩ଟି ଏକାଡେମୀ ଯଥା ଯାଜପୁର ମାର୍ଶଲ ଏକାଡେମୀ, ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ ଓ ମା ' ବିରଜା ଟାଏକୋଣ୍ଡୋ ଏକାଡେମୀରୁ ୨୫୦ ରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗୀ କ୍ୟୁରୋଗୀ ଓ ପୁମସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଟାଏକୋଣ୍ଡୋ ସଂଘରୁ ୧୩ ଜଣ ଜାତୀୟ ରେଫରୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଉଦଘାଟନ ଉତ୍ସବରେ ଯାଜପୁର ଜିଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁ , ଓଡ଼ିଶା ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ଆନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଅପରାହ୍ନରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କ ସହିତ ଫୋଟ ଉଠାଇବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଯାଜପୁର ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ସମ୍ପାଦକ ଯଯାତି କେଶରୀ ଧଳ, ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ ସଭାପତି ସନ୍ତୋଷ କୁମାର ସାହୁ, ଉପସଭାପତି ସୁଶାନ୍ତ କୁମାର ବେହେରା, ମା ' ବିରଜା ଟାଏକୋଣ୍ଡୋ ଏକାଡେମୀ ସଭାପତି ସୁରଜ୍ ଲାଲ ସାମଲ ପ୍ରତିଯୋଗିତାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ସର୍ବଶେଷରେ ଟିମ୍ ର‌୍ୟାଙ୍କିଙ୍ଗ ରେ ଧର୍ମଶାଳା ଟାଏକୋଣ୍ଡୋ ଏକାଡେମୀ କ୍ୟୁରୋଗି ଓ ପୁମସି ଇଭେଂଟରେ ଚାମ୍ପିଅନ ଟ୍ରଫି ହାସିଲ କରିଥିଲା ତାହା ସହିତ ଯାଜପୁର ମାର୍ଶଲଆର୍ଟ ଏକାଡେମୀ କ୍ୟୁରୋଗି ଇଭେଂଟରେ ଉପବିଜେତା ହୋଇଥିବା ବେଳେ ମା ' ବିରଜା ଟାଏକୋଣ୍ଡୋ ଏକାଡେମୀ ପୁମସି ଇଭେଂଟରେ ଉପବିଜେତା ଟ୍ରଫି ହାସିଲ କରିଥିଲେ । ଧର୍ମଶାଳା ଟାଏକଣ୍ଡୋ ଏକାଡେମୀ ସେକ୍ରେଟାରୀ ସମର ସିଂହ ଓ ଉପସଭାପତି ସୁଶାନ୍ତ କୁମାର ବେହେରା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande