ଏସକର୍ଟ ଗାଡିରେ ଆହତ ଗଲେ ମେଡିକାଲ, ମନ୍ତ୍ରୀ ବିଭୂତି ଜେନା ଗଞ୍ଜାମ ଗଲେ ବିନା ଏସକର୍ଟରେ
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲ ଧକ୍କା ହୋଇ ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେ
ଏସକର୍ଟ ଗାଡିରେ ଆହତ ଗଲେ     ମେଡିକାଲ, ମନ୍ତ୍ରୀ ବିଭୂତି ଜେନା ଗଞ୍ଜାମ ଗଲେ ବିନା       ଏସକର୍ଟରେ


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଜଗନ୍ନାଥ

ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲ ଧକ୍କା ହୋଇ

ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ରଥଯାତ୍ରା ନିମନ୍ତେ

ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିବା ବେଳେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ

ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଅଟକିବା ସହ ଆହତ ବ୍ୟକ୍ତିଙ୍କୁ ମନ୍ତ୍ରୀଙ୍କ ସହିତ ଯାଉଥିବା

ଏସକର୍ଟ ଗାଡିରେ ମନ୍ତ୍ରୀ ପୁରୀ ମେଡିକାଲକୁ ପଠେଇଥିଲେ। ଏହା ସହ ସେଠାରେ ଲୋକଙ୍କୁ ବୁଝେଇ

ରାସ୍ତାରୋକ ହଟାଇଥିଲେ ମନ୍ତ୍ରୀ ଏବଂ ଶେଜରେ ବିନା ଏସକର୍ଟ ଗାଡିରେ ମନ୍ତ୍ରୀ ଗଞ୍ଜାମ ଅଭିମୂଖେ

ଯାତ୍ରା କଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ଏପରି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ ପ୍ରଶଂସା

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande