ଭୁବନେଶ୍ୱରର ନନ୍ଦନକାନନ ନିକଟରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଭୁବନେଶ୍ୱରର ନନ୍ଦନକାନନ ନିକଟରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି । 100 ଏକର ଜାଗାରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି । ରାଜ୍ୟ ସରକାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ନନ୍ଦନକାନନ
ଭୁବନେଶ୍ୱରର ନନ୍ଦନକାନନ ନିକଟରେ     ପ୍ରତିଷ୍ଠା ହେବ ସାଇନ୍ସ ସିଟି


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଭୁବନେଶ୍ୱରର

ନନ୍ଦନକାନନ ନିକଟରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି । 100 ଏକର ଜାଗାରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି ।

ରାଜ୍ୟ ସରକାର ବିଜ୍ଞାନ

ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ନନ୍ଦନକାନନ

ପାଖରେ ବିଜ୍ଞାନ ସହର ପ୍ରତିଷ୍ଠା କରାଯିବ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ପ୍ରକଳ୍ପ ପାଇଁ

ରାଜ୍ୟ ରାଜଧାନୀରେ 100 ଏକର ଜମି ଆବଣ୍ଟନ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ।

ସେ କହିଛନ୍ତି ଯେ, ମୁଁ

ପୂର୍ବରୁ କୋଲକାତା ଏବଂ ହାଇଦ୍ରାବାଦର ବିଜ୍ଞାନ ସହର ପରିଦର୍ଶନ କରିସାରିଛି, ଏବଂ ଖୁବ୍ ଶୀଘ୍ର, ଭୁବନେଶ୍ୱରର ନିଜସ୍ୱ ଏକ ବିଜ୍ଞାନ ସହର ହେବ। ଏହା ଛାତ୍ର,ଛାତ୍ରୀ ଏବଂ ସାଧାରଣ ଜନତା ଉଭୟଙ୍କ ପାଇଁ ବୈଜ୍ଞାନିକ ଉଦ୍ଭାବନ ଏବଂ

ଜ୍ଞାନ ବୃଦ୍ଧି କରିବାରେ ସାହାଯ୍ୟ ହେବ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ

କହିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଯାଇ ଶୁଭ ଦେବେ ସାଇନ୍ସ ସିଟିରେ ବୋଲି କହିଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande