ଭୁବନେଶ୍ୱର, 01 ଜୁଲାଇ
(ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀର ଅବଦୁଲ
ହମିଦଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବୀର
ଅବଦୁଲ ହମିଦଙ୍କୁ ତାଙ୍କ ଜୟନ୍ତୀରେ ଶତ ଶତ ନମନ ଜଣାଉଛି।୧୯୬୫ ର ଭାରତ ପାକିସ୍ତାନ ଯୁଦ୍ଧରେ ସେ
ଯେଉଁ ବୀରତ୍ୱ ଦେଖାଇଥିଲେ, ତାହା ପ୍ରତ୍ୟେକ ଭାରତୀୟ ପାଇଁ ପ୍ରେରଣା ଓ ଆଦର୍ଶ। ମାତୃଭୂମିର
ରକ୍ଷା ପାଇଁ ତାଙ୍କର ଶୌର୍ଯ୍ୟ, ପରାକ୍ରମ ଏବଂ ବଳିଦାନ ନିମନ୍ତେ ସେ ଚିର ସ୍ମରଣୀୟ ହୋଇ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ