କେନ୍ଦୁଝର, 1 ଜୁଲାଇ (ହି.ସ.) ଜି କେନ୍ଦୁଝର ଜିଲ୍ଲା ରିମୁଳି ଥାନା ଅନ୍ତର୍ଗତ ରିମୁଳି-ଯୋଡା ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଏକ ସ୍କୁଟି ଆରାହୀଙ୍କୁ ଅଜଣା ଟ୍ରକ ଧକ୍କା ଦେବା ଫଳରେ ସ୍କୁଟିରେ ଥିବା ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଜଣକୁ ଗୁରୁତର ଭାବେ ଭର୍ତି କରାଯାଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ଯୋଡ଼ା ଥାନା ବିଲେଇପଦାର ନିରଞ୍ଜନ ମଲ୍ଲିକ ଓ ଦାମପୁର ଅଞ୍ଚଳର ସଚିନ ମହାକୁଡ ହୋଇଥିବା ବେଳେ ଗୁରୁତର ଜଣକ କଣ୍ଡରା ଗ୍ରାମର ମୁନା ମହାକୁଡ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA