କେନ୍ଦ୍ରାପଡ଼ା, ୧୦ ଜୁଲାଇ(ହି.ସ.) – ରାଜ୍ୟ ସରକାର ମହିଳାମାନଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି। ନିଶା ନିବାରଣ ଆଇନ୍କୁ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ମହିଳାମାନଙ୍କ ସମର୍ଥନରେ କ୍ଷମତା ହାସଲ କରିବା ପରେ ସରକାର ରାଜସ୍ୱ ବୃଦ୍ଧି ଆଳରେ ମଦ ଦୋକାନ ଗୁଡିକର ମାସିକ ବିକ୍ରି କୋଟାକୁ କଡାକଡି କରି ଗାଁ ଗାଁରେ ଏଜେଂଟମାନଙ୍କ ମାଧ୍ୟମରେ ଚୋରା ମଦ ବିକ୍ରିକୁ ଉତ୍ସାହିତ କରୁଛନ୍ତି ବୋଲି ନିଶା ନିବାରଣ ଅଭିଯାନର କେନ୍ଦ୍ରାପଡା ବ୍ଲକସ୍ତରୀୟ ସଭାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ଜିଲ୍ଲା ସଂପାଦକ ଆଦିକନ୍ଦ ରାଉଳ କ୍ଷୋଭ ପ୍ରକାଶ କରିଛନ୍ତି। ସଂଗଠନର ବ୍ଲକ ସଭାପତି ଦୈାପ୍ରଦୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରବିନ୍ଦ୍ର ପ୍ରସାଦ ଜେନା, ନାରୀ ନେତ୍ରୀ ନିରୁପମା ମହାନ୍ତି, ଭାଗିରଥି ଜେନା, ବନିତା ନାୟକ, ଅମରେନ୍ଦ୍ର କୁମାର ଦାସ, ଜୟନ୍ତୀ ନନ୍ଦ, ତନୁଜା ଦାସ, ନଳିନୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସରକାର ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ କରି ନିଜର ପ୍ରତିଶ୍ରୁତି ରକ୍ଷା ନ କରି ନଭେମ୍ବର ମାସରେ ସଂଗଠନ ନେତୃତ୍ୱରେ ମହିଳାମାନେ ଆନ୍ଦୋଳନକୁ ବାହାରିବେ ବୋଲି ଚେତାବନି ଦେଇଥିଲେ। ଶେଷରେ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି