ଭଦ୍ରକ, ୧୦ ଜୁଲାଇ (ହି.ସ.) - ଓଡ଼ିଶା ବିଧାନସଭା ପରିସରରେ ପ୍ରାକ୍କଳନ ସମିତି (କମିଟି ଅନ ଏଷ୍ଟିମେଟ୍) ବୈଠକରେ ଯୋଗ ଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସଭାପତି ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ସହ ବିସ୍ତୃତ ଆଲୋଚନା ହେଲା। ଭଦ୍ରକ ନିର୍ବାଚନ ମଣ୍ଡଳୀର ପଂଚାୟତ ମାନଙ୍କରେ ସାମୁହିକ ବିକାଶ ନିମନ୍ତେ ଯୋଜନା,ଜଳ ସଂକଟ ଓ ଗ୍ରାମ୍ୟ ବିକାଶ ସମସ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରି ଏହାର ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ