ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ସୁବର୍ଣ୍ଣପୁର, ୧୦ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ୍‌ରୁ ମତ୍ସ୍ୟ ଚାଷୀ ଯୋଗଦେଇଥିଲେ। ମତ୍ସ୍ୟ ଚାଷୀଙ୍କୁ ମାଛଚାଷ ଉପରେ ସରକାରଙ୍କ ପ୍ରମୁଖ ଯୋଜନା ଉପରେ ଆଲୋକପାତ କରି ମତ୍ସ୍ୟଚାଷୀ କିପରି
ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ


ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ


ସୁବର୍ଣ୍ଣପୁର, ୧୦ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ୍‌ରୁ ମତ୍ସ୍ୟ ଚାଷୀ ଯୋଗଦେଇଥିଲେ। ମତ୍ସ୍ୟ ଚାଷୀଙ୍କୁ ମାଛଚାଷ ଉପରେ ସରକାରଙ୍କ ପ୍ରମୁଖ ଯୋଜନା ଉପରେ ଆଲୋକପାତ କରି ମତ୍ସ୍ୟଚାଷୀ କିପରି ମାଛଚାଷ କରି ଅଧିକ ଲାଭବାନ ଓ ଉପକୃତ ହୋଇପାରିବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ସ୍ୱାଗତ କରିବା ସହ ଚାଷୀଙ୍କୁ ମାଛଚାଷ ଓ ସମସ୍ତ ସ୍କିମ ଉପରେ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡ଼ ରଞ୍ଜନ ଦାସ ଯୋଗଦେଇ ମାଛ ଚାଷ କରିବା ସଙ୍ଗେ ସଙ୍ଗେ ଗାଈ, କୁକୁଡ଼ା, ବତକ ପାଳନ କରି କିପରି ଚାଷୀ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକର ରୁ କିପରି ଉପକୃତ ହେଇପାରିବେ ଏହି ଯୋଜନାଗୁଡ଼ିକୁ ବୁଝାଇଥିଲେ। ମାଛଚାଷ କରି ଲାଭବାନ ହୋଇଥିବା ତିନି ଜଣ ମତ୍ସ୍ୟ ଚାଷୀଙ୍କୁ ସମ୍ମାନିତ କରିଥିଲେ। ଏଥିରେ ମଂଚ ପରିଚାଳନା ପୁରନ୍ଦର ପଣ୍ଡା କରିଥିଲେ, ମସ୍କିମା ଲାକ୍ରା, ଅମିତ ଲାକ୍ରା, ସାଗର ମିତ୍ର ଅଙ୍କିତ ମିଶ୍ର,ଏ ଏଫ୍ ଓ ସଦର ପ୍ରତାପ କିଶୋର ମେହେର,ଏ ଏଫ୍ ଓ ଉଲୁଣ୍ଡା ଶ୍ରବଣ କୁମାର କଅଁର, ଚିତରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande