ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ଓଡ଼ିଶାର ସମସ୍ତ
ମତ୍ସ୍ୟଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ଓଡ଼ିଶାର
ସମସ୍ତ ମତ୍ସ୍ୟଚାଷୀ,
ମତ୍ସ୍ୟଜୀବୀ, ମତ୍ସ୍ୟ ଉଦ୍ୟୋଗୀ ଓ
ମତ୍ସ୍ୟ ଚାଷ ସହ ଜଡ଼ିତ ସମସ୍ତ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା
ଜଣାଇଛନ୍ତି। ସମସ୍ତଙ୍କ ସହଯୋଗରେ ମତ୍ସ୍ୟ ଚାଷରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରି
ଭିଜନ-୨୦୩୬ର ଲକ୍ଷ୍ୟ ପୂରଣ କରିବା ଦିଗରେ ସରକାର ସଙ୍କଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ
କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା