ପୂର୍ବ ଶତ୍ରୁତାକୁ ନେଇ ଦଲେଇପୁଟ ଗାଁ ରେ ଯୁବକଙ୍କୁ ଆକ୍ରମଣ।
ଖୋର୍ଦ୍ଧା 10 ଜୁଲାଇ (ହି.ସ.), ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁ ରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଦଳେଇପୁଟ ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ଯୁବକ ଅନ୍ୟ ଏକ
ପୂର୍ବ ଶତ୍ରୁତାକୁ ନେଇ ଦଲେଇପୁଟ ଗାଁ ରେ ଯୁବକଙ୍କୁ ଆକ୍ରମଣ।


ଖୋର୍ଦ୍ଧା 10 ଜୁଲାଇ (ହି.ସ.), ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁ ରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଦଳେଇପୁଟ ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ଯୁବକ ଅନ୍ୟ ଏକ ପରିବାରର ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।ତେବେ ଏହି ଆକ୍ରମଣରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ହେବା ସହ ପେଟ ଓ ପିଠିରେ ମଧ୍ଯ କ୍ଷତ ହୋଇଥିବା ଜଣାପଡିଛି ଖବର ପାଇ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ତେବେ ରିପୋର୍ଟ ଲେଖା ହେଲା ବେଳକୁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande