ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ଡ୍ରାଇଭର ମହାସଂଘ ଆନ୍ଦୋଳନ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମସ୍ୟା ପ୍ରସଙ୍ଗ
ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଲୋକମାନେ
ପ୍ୟାନିକ୍ ହୁଅନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି
ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ପରିମାଣରେ ଖାଦ୍ୟ ମହଜୁଦ ଅଛି । 15 ଲକ୍ଷ ମେଟ୍ରିକ ଟନ୍ ଚାଉଳ ମହଜୁଦ ଅଛି । ତେଣୁ ଖାଦ୍ୟର
କୌଣସି ଅଭାବ ନାହିଁ । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା