ଆଜିଠୁ ରାଜ୍ୟର ସମସ୍ତ ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା
ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ଆଜିଠୁ ରାଜ୍ୟର ସମସ୍ତ ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା ଦେଖାଦେଇଛି । ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକ । ଆଜି ଅନେକ ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବ ବୋଲି କହିଛନ୍ତି ସଞ୍ଜୟ ଲାଠ । ଆଜିଠାରୁ ରାଜ୍ୟର
ଆଜିଠୁ ରାଜ୍ୟର ସମସ୍ତ     ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା


ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ଆଜିଠୁ ରାଜ୍ୟର

ସମସ୍ତ ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା ଦେଖାଦେଇଛି । ଆଶଙ୍କା କଲେ ପେଟ୍ରୋଲିୟମ୍‌

ଡିଲର୍ ସଂଘ ସାଧାରଣ ସମ୍ପାଦକ । ଆଜି ଅନେକ ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବ ବୋଲି କହିଛନ୍ତି

ସଞ୍ଜୟ ଲାଠ । ଆଜିଠାରୁ ରାଜ୍ୟରେ ତେଲ କ୍ରାଇସିସ୍‌ ଦେଖିବାକୁ ମିଳିପାରେ । ଯଦି ତେଲ ପରିବହନ

ବନ୍ଦ ରହିବ, ତେବେ ଜଟିଳ ସମସ୍ୟା ସୃଷ୍ଟି ହେବ । ଓଡ଼ିଶା ଡ୍ରାଇଭର ମହାସଂଘର

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ସମସ୍ୟା ଉପୁଜିଛି ।

ଓଡିଶାରେ ହଜାର ହଜାର

ବାଣିଜ୍ୟିକ ଗାଡି ଡ୍ରାଇଭରଙ୍କ ଅନିଶ୍ଚିତକାଳ ଧାରଣା ଯୋଗୁ ରାଜ୍ୟରେ ପେଟ୍ରୋଲ୍‌, ଡିଜେଲ୍ ଓ ଏଲପିଜି ଯୋଗାଣ ଭୟଙ୍କର ଭାବେ ପ୍ରଭାବିତ ହେଉଛି, ଯାହା ଫଳରେ ଇନ୍ଧନ ସଂକଟ ଗଭୀର ନେବାର

ଆଶଙ୍କା ଦେଖାଦେଇଛି ।

ଉତ୍କଳ ପେଟ୍ରୋଲିୟମ ଡିଲର୍ସ

ଆସୋସିଏସନ୍‌‌ର ସମ୍ପାଦକ ସଂଜୟ ଲାଠ କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର

ପହଂଚିପାରିନି । ଅନେକ ପେଟ୍ରୋଲ ପମ୍ପ ଖାଲି ହୋଇସାରିଲାଣି ।

ପାରାଦୀପ, ବାଲେଶ୍ୱର, ଜଟଣୀ ଓ ଝାରସୁଗୁଡ଼ାର ମୁଖ୍ୟ ଇନ୍ଧନ ଡିପୋଗୁଡ଼ିକ ଧାରଣା ଯୋଗୁ ବନ୍ଦ

ଅଛି । ପରିସ୍ଥିତି ସାମାନ୍ୟ ନ ହେଲେ, ପ୍ରଶାସନ ପୋଲିସ୍ ବଳ

ସହଯୋଗରେ ଇନ୍ଧନ ଯୋଗାଣ ପୁନଃ ସ୍ଥାପିତ କରିବା ସଂପର୍କରେ ବିଚାର କରିପାରେ ।

ଏହି ବିକ୍ଷୋଭ ଓଡ଼ିଶା

ଡ୍ରାଇଭର୍ସ୍ ମହାସଂଘ ପକ୍ଷରୁ ଦିଆଯାଇଛି, ଯାହା ଫଳରେ ସାରା ରାଜ୍ୟରେ

ସାର୍ବଜନୀନ ପରିବହନ ଓ ଆବଶ୍ୟକୀୟ ଯୋଗାଣ ଶୃଙ୍ଖଳା ଠପ୍ ହୋଇପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande