ଆନ୍ଦୋଳନକୁ ରାଜନୀତିର ରୂପ ଦେଉଛନ୍ତି - ବାବୁ ସିଂ
ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ଡ୍ରାଇଭର ସଂଘର କିଛି ବ୍ୟକ୍ତି ଆନ୍ଦୋଳନକୁ ରାଜନୀତିର ରୂପ ଦେଉଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କହିଛନ୍ତି କିଛି ବ୍ୟକ୍ତି ନିଜ ସ୍ୱାର୍ଥ ଉଦ୍ଦେଶ୍ୟରେ ଏହି ଧର୍ମଘଟ କରୁଛନ୍ତି। ସରକାର ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା କରିଛନ୍ତି ନିଷ୍ପତି ବି ନେଇଛନ୍
ଆନ୍ଦୋଳନକୁ ରାଜନୀତିର ରୂପ ଦେଉଛନ୍ତି - ବାବୁ ସିଂ


ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) - ଡ୍ରାଇଭର ସଂଘର କିଛି ବ୍ୟକ୍ତି ଆନ୍ଦୋଳନକୁ ରାଜନୀତିର ରୂପ ଦେଉଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କହିଛନ୍ତି କିଛି ବ୍ୟକ୍ତି ନିଜ ସ୍ୱାର୍ଥ ଉଦ୍ଦେଶ୍ୟରେ ଏହି ଧର୍ମଘଟ କରୁଛନ୍ତି। ସରକାର ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା କରିଛନ୍ତି ନିଷ୍ପତି ବି ନେଇଛନ୍ତି। ସରକାରଙ୍କ ସହ ସିଧାସଳଖ ଆଲୋଚନା ହୋଇଛି।ପରିବହନ ମନ୍ତ୍ରୀ ଆଲୋଚନା କରିଛନ୍ତି। ବୈଠକରେ ଦାବୀ ଶୀଘ୍ର ପୂରଣ ନେଇ ନିଷ୍ପତି ନିଆଗଲା। ସକାଳୁ ଆନ୍ଦୋଳନରୁ ଓହରିବେ ବୋଲି ମଧ୍ୟ ନିଷ୍ପତି ନେଲେ କିନ୍ତୁ ବୈଠକର ୩ ଦିନ ପରେ ବି ଆନ୍ଦୋଳନ ବନ୍ଦ କଲେ ନାହିଁ। ଓଡିଶା ବାସି ୫ ଦିନ ହେଲା କଷ୍ଟ ପାଇଲେନି। ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକ ସାମଗ୍ରୀ ଏମିତିକି ଛତିଶଗଡ଼ରୁ ଆସୁଥିବା ପରିବା ଟ୍ରକକୁ ବି ଅଟକାଇ ଭଙ୍ଗାରୁଜା କରିବାର ଦୃଷ୍ଟାନ୍ତ ରହିଛି। ଏଭଳି କାମରୁ କ୍ଷାନ୍ତ ରୁହନ୍ତୁ। କିଛି ବ୍ୟକ୍ତି ନିଜ ସ୍ୱାର୍ଥ ଉଦ୍ଦେଶ୍ୟ ରଖି ଆନ୍ଦୋଳନ କରୁଛନ୍ତି ତାହା ଠିକ୍ ନୁହେଁ। ମୁଁ ନିବେଦନ କରୁଛି ସରକାର ଦାବୀ ନେଇ ନିଷ୍ପତି ନେଇଛନ୍ତି ଆନ୍ଦୋଳନ ଓହରନ୍ତୁ ଡ୍ରାଇଭର ମାନେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande