ଜୟପୁର, ୧୨ ଜୁଲାଇ (ହି.ସ.) - ଶ୍ରାବଣ ପ୍ରଥମ ସୋମବାର ନିମନ୍ତେ ପାତ୍ରପୁଟ ନଦୀରୁ ପାଣି ନେଇ ବାବା ଗୁପ୍ତେଶ୍ୱରକୁ ଯାଉଥିବା ବେଳେ ନଦୀ ନିକଟରେ ପରିତ୍ୟକ୍ତ ଅବସ୍ଥା ହୋଇଥିବା ଯୋଗୁଁ ଆଜି ଜୟପୁରର କିଛି ସ୍ୱେଚ୍ଛାସେବି ଦଳ ସେହି ଅଂଚଳକୁ ସଫା କରିଛନ୍ତି। ସ୍ୱେଚ୍ଛାସେବି ମାନେ ନଦୀ ନିକଟରେ ଥିବା ଲଟାବୁଦା ଗୁଡିକୁ ସଫା କରିବା ସହ କାଉଡିଆମାନେ କିପରି ଶାନ୍ତିରେ ପାଣି ଭାର ଧରି ନଦୀରୁ ରାସ୍ତା ଉପରକୁ ଯାଇପାରିବେ ସେନେଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଏପରିକି ଅଂଚଳରେ ଫିନାଏଲ ପକାଇ ପରିବେଶକୁ ସୁନ୍ଦର କରିଛନ୍ତି। ବର୍ଷ ତମାମ ସେହି ଅଞ୍ଚଳରେ ମଦୁଆଙ୍କ ଆଡ୍ଡା ସ୍ଥଳ ହୋଇଥିବା ଯୋଗୁଁ ସେଠାରେ କେବଳ ମଦ ବୋତଲ ଗୁଡିକ ପଡି ରହିଥିଲା। ଆସନ୍ତା କାଲି କାଉଡିଆ ମାନେ ଜଳାଭିଷେକ କରିବା ପରେ କାଚ ବୋତଲ ଏବଂ ବ୍ୟବହାର କରୁଥିବା ଜରି ଗୁଡିକ ଏଣେ ତେଣେ ନ ପକାଇ ଗୋଟିଏ ସ୍ଥାନରେ ପକାଇବା ପାଇଁ ସ୍ୱେଚ୍ଛାସେବିଙ୍କ ପକ୍ଷରୁ ନିବେଦନ କରାଯାଇଛି। ସ୍ୱେଚ୍ଛାସେବି ରବିନ୍ଦ୍ର ନାୟକ, ହରିଶଙ୍କର ନାୟକ, ରାଜେନ୍ଦ୍ରବିଷୋୟୀ, ନାରାୟଣ ମହାନ୍ତି ଓ ନରସିପ୍ସହ ବିଷୋୟୀଙ୍କ ସମେତ ଅନ୍ୟ ମାନେ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି