କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟିମ୍ ପକ୍ଷରୁ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ:ବୁଲି ଦେଖିଲେ ବିଭିନ୍ନ ବିତରଣ କେନ୍ଦ୍ର
Central cometee of food supplies visited Kandhmal
ଫୋଟ


କନ୍ଧମାଳ , ୧୨ ଜୁଲାଇ (ହି.ସ.)କେନ୍ଦ୍ର ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଉପ ସଚିବ ରଶ୍ମିତା ଖାଲକୋଙ୍କ ନେତୃତ୍ୱରେ ଏକ ଟିମ୍ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲା ର ବିଭିନ୍ନ ବ୍ଲକରେ ଥିବା ଖାଉଟି ସାମଗ୍ରୀ ଯୋଗାଣ କେନ୍ଦ୍ର ମାନଙ୍କୁ ଯାଇ ସେଠାରେ ସଠିକ୍ ଭାବେ ଖାଉଟି ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଉଟି ସାମଗ୍ରୀ ସବୁ ସଠିକ୍ ଭାବେ ବିତରଣ ହେଉଛି କି ନାହିଁ ତାହା ଯାଞ୍ଚ କରିବା ସହିତ ସେହି ଅଞ୍ଚଳର ଖାଉଟି ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଟିମ୍ ରେ କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ସହକାରୀ ଶାଖା ଅଧିକାରୀ, ସୋନି ଗୋୟେଲ,ଭାରତୀୟ ଖାଦ୍ୟ ନିଗମର ଗୁଣ ନିୟତା ପ୍ରବନ୍ଧକ ଚରଣ ସାହୁ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲା ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀ ଓ ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଦାୟିତ୍ଵରେ ଥିବା ପି. ଭାର୍ଗବୀ ମଧ୍ୟ ସାମିଲ ହୋଇଥିଲେ। ଏହି ଟିମ୍ ଗତ ୧୦ ତାରିଖ ରେ ଫୁଲବାଣୀ ସର୍କିଟହାଉସରେ ପହଞ୍ଚି ଜିଲ୍ଲା ର କଇଁଝର,କୋଟିମାହା,ପାବୁରିଆ,ଗୁଟିଙ୍ଗିଆ, ଖଜୁରୀପଡା,ଫିରିଙ୍ଗିଆ, ଚକାପାଦ ଓ ଫୁଲବାଣୀ ଆଦି ଅଞ୍ଚଳରେ ଥିବା ସମସ୍ତ ଖାଉଟି ଯୋଗାଣ କେନ୍ଦ୍ର ବୁଲି ସେଠାରେ ଲୋକଙ୍କୁ ଭାବରେ ଖାଉଟି ସାମଗ୍ରୀ ଠିକ୍ ସମୟରେ ଏବଂ ସଠିକ୍ ଓଜନ ମାପରେ ବିତରଣ ହେଉଛି କି ନାହିଁ ତାର ଯାଂଚ୍ କରିବା ସହିତ ସେହି ଅଞ୍ଚଳର ଖାଉଟି ମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ପରେ ଫୁଲବାଣୀ ରେ ଏଫସିଆଇ ଗୋଦାମରେ ପହଞ୍ଚି ସେଠାରେ ମଧ୍ୟ ପରିଦର୍ଶନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande