ଭୁବନେଶ୍ୱରରେ ୨୦୪ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଭାଗିଦାରୀ ବଢାଇବା ଆମର ମୂଳ ଉଦ୍ଦେଶ୍ୟ ଭୁବନେଶ୍ୱର, ୧୨ ଜୁଲାଇ (ହି.ସ.) - ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଆମ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘୧୬ତମ ରାଷ୍ଟ୍ରୀୟ ରୋଜଗାର ମେଳା’କୁ ଶ
ଭୁବନେଶ୍ୱରରେ ୨୦୪ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଭାଗିଦାରୀ ବଢାଇବା ଆମର ମୂଳ ଉଦ୍ଦେଶ୍ୟ

ଭୁବନେଶ୍ୱର, ୧୨ ଜୁଲାଇ (ହି.ସ.) - ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଆମ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘୧୬ତମ ରାଷ୍ଟ୍ରୀୟ ରୋଜଗାର ମେଳା’କୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୨୦୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ପ୍ରାର୍ଥୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ୫୧,୦୦୦ ରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ୧୬ତମ ରୋଜଗାର ମେଳା ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ‘ରୋଜଗାର ମେଳା’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଏକ ପଦକ୍ଷେପ ।

ଭାରତ ହେଉଛି ଯୁବଶକ୍ତିର ଦେଶ । ସେମାନଙ୍କୁ ସଶକ୍ତ କରିବା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି । ଏହି ପରିପ୍ରେକ୍ଷୀରେ ଯୁବା-ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଯୁବପିଢ଼ିର ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ହେଉଛି ଏହି ରୋଜଗାର ମେଳାର ମୂଳ ଉଦ୍ଦେଶ୍ୟ । ଓଡ଼ିଶା ସମେତ ସାରା ଦେଶରେ ରୋଜଗାର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ଖୁସିର ବିଷୟ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି, ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବରେ ପରିଣତ ହୋଇଛି । ମୋଦୀ ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ପ୍ରାୟ ୨୫ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ର‌୍ୟ ସୀମାରେଖାରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି । ଦେଶରେ ଡିଜିଟାଲ ଅର୍ଥ କାରବାର, କ୍ୟାପିଟାଲ୍ ପୁଞ୍ଜିନିବେଶ ବଢିଛି । ଟୋକ୍ନୋଲୋଜି, ଇନୋଭେସନ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ରୂପରେଖ ବଦଳିଛି । ବିଶ୍ୱ ବନ୍ଧୁ ଭାବରେ ଭାରତ ନୂଆ ପରିଚୟ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆମେ ଯୁବପିଢ଼ିଙ୍କ ଇନୋଭେସନ, ଦକ୍ଷତା ଏବଂ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ହାସଲ କରିବା ଆବଶ୍ୟକ ।

ଶ୍ରୀ ପ୍ରଧାନ ଏହି ଅବସରରେ ରେଳ ବିଭାଗରେ ସର୍ବାଧିକ ୧୪୩ ଜଣ, ଭାରତୀୟ ଡାକ ବିଭାଗରେ ୩୬ ଜଣ, ଆର୍ôଥକ ବିଭାଗ(ଏସଏଲବିସି)ରେ ୯ ଜଣ, ରାଜସ୍ୱ ବିଭାଗରେ ୬ ଜଣ, ଗୃହ ବିଭାଗର ସିଆରପିଏଫ ଏବଂ ସିଆଇଏସଏଫ ବିଭାଗରେ ୨ ଜଣ ଏବଂ ଶିକ୍ଷା ମନ୍ତ୍ରଣାଳୟର ଆଇଜର ବ୍ରହ୍ମପୁର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏମ୍ସ, ଭୁବନେଶ୍ୱରରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande