କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଭୁବନେଶ୍ୱରର ଜୟଦେବ ଭବନ ଠାରେ ରାଜ୍ୟ ସ୍ୱରୀୟ ବିଶ୍ୱ ଜନ ସଂଖ୍ୟା ସ୍ଥିରତା ପକ୍ଷ ପାଳନ ଅବସରରେ ରାଜ୍ୟରେ ପରିବାର ନିୟୋଜନ ଲାପ୍ରସ୍କୋପି ଅପରେସନରେ ଉଲେଖନୀୟ ସେବା ପାଇଁ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଜଗନ୍ନାଥ ପହିଙ୍କୁ ୨୦୨୪-୨୫ ବର୍ଷ ପାଇଁ ପୁରସ୍କୃତ କରାଯାଇଛି। ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦୁଝର ଜିଲାର ସ୍ୱନାମଧନ୍ୟ ସ୍ୱୀ ଓ ପ୍ରସୂତି ବିଶେଷଜ୍ଞ ଡା: ଜଗନ୍ନାଥ ପହି ରାଜଧାନୀ ବଡ ମେଡିକାଲର ଅଧ୍ୟକ୍ଷ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ରାଜ୍ୟ ସରକାରଙ୍କର ପରିବାର ନିୟୋଜନ ଯୋଜନାରେ ରାଜ୍ୟର ବିଭିନ୍ନ ଜିଲାରେ ଲାପ୍ରୋସ୍କୋପି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ସରକାରଙ୍କୁ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରିଛନ୍ତି। ଏଥିପାଇଁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି ଆଉ କେନ୍ଦୁଝର ପାଇଁ ସୁନାମ ଅର୍ଜନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA