ଘର ଭିତରେ ପଶିଗଲା ସାର ବୋଝେଇ ପିକଅପ ଭ୍ୟାନ : ଦୁଇ ମୃତ
ଚମ୍ପୁଆ, ୧୨ ଜୁଲାଇ (ହି.ସ.) - ଦ୍ରୁତ ଗତିରେ ଯାଉଥିବା ଏକ ସାର ବୋଝେଇ ପିକ ଅପ୍ ଭ୍ୟାନ ଭାରସ୍ୟାମ ହରାଇ ଗେଟ ଭାଙ୍ଗି ଘର ଭିତରେ ପଶିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ପ୍ରାୟ ସାତ ଘଟିକା ସମୟରେ ନନ୍ଦପୁର ରୁ ପାରୁଡ଼ିପଶି ଯାଉଥିବା ଏକ ସାର ବୋଝେଇ ପିକ୍
ଘର ଭିତରେ ପଶିଗଲା ସାର ବୋଝେଇ ପିକଅପ ଭ୍ୟାନ : ଦୁଇ ମୃତ


ଚମ୍ପୁଆ, ୧୨ ଜୁଲାଇ (ହି.ସ.) - ଦ୍ରୁତ ଗତିରେ ଯାଉଥିବା ଏକ ସାର ବୋଝେଇ ପିକ ଅପ୍ ଭ୍ୟାନ ଭାରସ୍ୟାମ ହରାଇ ଗେଟ ଭାଙ୍ଗି ଘର ଭିତରେ ପଶିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ପ୍ରାୟ ସାତ ଘଟିକା ସମୟରେ ନନ୍ଦପୁର ରୁ ପାରୁଡ଼ିପଶି ଯାଉଥିବା ଏକ ସାର ବୋଝେଇ ପିକ୍ ଅପ୍ ଭ୍ୟାନ (ଗାଡି ନଂ ଓ ଆର ୦୫ ଏଆର ୯୧୨୮) ଉଚ୍ଚବାଲି ପଂଚାୟତ ବରପଦା ଗ୍ରାମରେ ଭାରସ୍ୟାମ ହରାଇ ସୂର୍ଯ୍ୟମଣି ମହାନ୍ତଙ୍କ ଘର ପାଚେରୀ ଓ ଗେଟ ଭାଙ୍ଗି ଘରକୁ ଧକ୍କା ହୋଇ ଓଲଟି ପଡିଥିଲା। ପିକ ଅପ ଧକ୍କାରେ ସେହି ସମୟରେ ଖାଇ ବସିଥିବା ସୂର?୍ୟ୍ୟମଣି ମହାନ୍ତଙ୍କ ସ୍ତ୍ରୀ ହୀରାମଣି ମହାନ୍ତ(ଯୋଶଦା) (୬୫) ଉପରେ କାନ୍ଥ ପଡ଼ି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଏଥି ସହିତ ଗାଡିରେ ସାର ବସ୍ତା ଉପରେ ବସିଥିବା ନନ୍ଦପୁର ମୁଣ୍ଡା ସାହିର ଲାଲିଆ ମୁଣ୍ଡାଙ୍କ ପୁଅ ଗୋଟୁ ମୁଣ୍ଡା (୧୫) ଗାଡ଼ି ତଳେ ଚାପି ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାରିଆ ପୁଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande