ହାତୀ ଉପଦ୍ରବ ଜାରି : ପୁଣି ଭାଙ୍ଗିଲେ ୭ଘର
ଚମ୍ପୁଆ, ୧୨ ଜୁଲାଇ (ହି.ସ.) - ଚମ୍ପୁଆ ବନାଂଚଳ ଚମ୍ପୁଆ ସେକ୍ସନ ର କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲ ରେ ଗତ କିଛି ଦିନ ହେବ ଡେରା ପକାଇଥିବା ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରୀ ରହିଛି । ଗତ ରାତି ଏହି ହାତୀପଲ ରଜିଆ ପଂଚାୟତ ଅର୍ନ୍ତଗତ ପତଳା ଗ୍ରାମ ରେ ବ୍ୟାପକ ଉପଦ୍ରବ କରି ସାତ ଟି ଘରକୁ ସମ୍ପୂର୍ଣ
ହାତୀ ଉପଦ୍ରବ ଜାରି : ପୁଣି ଭାଙ୍ଗିଲେ ୭ଘର


ଚମ୍ପୁଆ, ୧୨ ଜୁଲାଇ (ହି.ସ.) - ଚମ୍ପୁଆ ବନାଂଚଳ ଚମ୍ପୁଆ ସେକ୍ସନ ର କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲ ରେ ଗତ କିଛି ଦିନ ହେବ ଡେରା ପକାଇଥିବା ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରୀ ରହିଛି । ଗତ ରାତି ଏହି ହାତୀପଲ ରଜିଆ ପଂଚାୟତ ଅର୍ନ୍ତଗତ ପତଳା ଗ୍ରାମ ରେ ବ୍ୟାପକ ଉପଦ୍ରବ କରି ସାତ ଟି ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଛନ୍ତି। ହାତୀପଲ ଗତ ରାତି ପତଳା ପାତ୍ର ସାହି ରେ ପଶି କେଦାର ପାତ୍ର, ଯୁଧିଷ୍ଠିର ପାତ୍ର, ବେଣୁଧର ପାତ୍ର, କୃଷ୍ଣ କାଳନ୍ଦୀ, ଟୁକୁନା ନାଏକ, ବୁଦୁନୀ ନାଏକ, ମଙ୍ଗଳୁ ପାତ୍ର (ଟୁରା) ଙ୍କ ଘର କୁ ଭାଙ୍ଗି ଧନଚାଉଳ ଖାଇ ଯାଇଛନ୍ତି । ଘର ଗୁଡ଼ିକୁ ହାତୀପଲ ଭାଙ୍ଗି ପକାଇବା ଯୋଗୁ କ୍ଷତିଗ୍ରସ୍ତ ଗ୍ରାମବାସୀ ବେସାହାରା ହୋଇ ପଡିଛନ୍ତି । ବନ ବିଭାଗ ହାତୀପଲ ଙ୍କୁ ଘଉଡ଼ାଇବା ରେ ବିଫଳ ହେଉଥିବାରୁ ଆଜି ଗ୍ରାମବାସୀ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଫେରାଦ ହୋଇଥିଲେ । ଆଜି ଏହି ହାତୀପଲ ପତଳା ଜଙ୍ଗଲ ରେ ଡେରା ପକାଇ ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande