ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅନୁଧ୍ୟାନ କଲେ ରାଜ୍ୟ ଟିମ
ଜୟପୁର, ୧୨ ଜୁଲାଇ (ହି.ସ.) - ଜୟପୁର ସହରାଂଚଳରେ ଥିବା ପୁରୁଣା ହସପିଟାଲ ତଥା ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଜଗଧାତ୍ରୀପୁର ସ୍ୱାସ୍ଥ୍ୟକେନ୍ଦ୍ରର କ୍ୱାଲିଟି ଯାଂଚ କରିବା ପାଇଁ ଆଜି ଭୁବନେଶ୍ୱରରୁ ଏକ ଟିମ ଆସି ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଯାଂଚ କରିଥିଲେ। ଚିକିତ୍ସାଳୟର ଚାରିପଟେ ବୁଲି କ୍ୱାଲିଟି ଯାଂଚ କରିବ
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅନୁଧ୍ୟାନ କଲେ ରାଜ୍ୟ ଟିମ


ଜୟପୁର, ୧୨ ଜୁଲାଇ (ହି.ସ.) - ଜୟପୁର ସହରାଂଚଳରେ ଥିବା ପୁରୁଣା ହସପିଟାଲ ତଥା ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଜଗଧାତ୍ରୀପୁର ସ୍ୱାସ୍ଥ୍ୟକେନ୍ଦ୍ରର କ୍ୱାଲିଟି ଯାଂଚ କରିବା ପାଇଁ ଆଜି ଭୁବନେଶ୍ୱରରୁ ଏକ ଟିମ ଆସି ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଯାଂଚ କରିଥିଲେ। ଚିକିତ୍ସାଳୟର ଚାରିପଟେ ବୁଲି କ୍ୱାଲିଟି ଯାଂଚ କରିବା ସହ ନଥିପତ୍ର, େଓ?ଷଧ ଏବପ୍ସ ନୂତନ କୋଠା ନିର୍ମାଣ ଚାଲିଥିବା ସ୍ଥାନ ବୁଲି ଦେଖିଥିଲେ। ରାଜ୍ୟ ସରକାରଙ୍କୁ ଏହି ଚିକିତ୍ସାଳୟର ରିପୋର୍ଟ ଦେବା ପରେ ଆଗାମୀ ଦିନରେ କେନ୍ଦ୍ରର ଏକ ଟିମ ଆସି ଏହାର ଅନୁଧ୍ୟାନ କରିବେ ବୋଲି ଆଜି ରାଜ୍ୟରୁ ଆସିଥିବା ଦୁଇଜଣ ଡାକ୍ତର ଶିଭାଶିଷ ସ୍ୱାଇଁ ଏବଂ ତାପସ ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। ରାଜ୍ୟ ଟିମ ସାଙ୍ଗରେ ଡାକ୍ତର ଅରୁଣ ପାଢି ଏବପ୍ସ ଡା. ସ୍ୱର୍ଣ୍ଣପ୍ରଭା ବେହେରା ଉପସ୍ଥିତ ରହି ଚିକିତ୍ସାଳୟ ବୁଲି ଦେଖାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande