ଜୟପୁର, 12 ଜୁଲାଇ (ହି.ସ.)
ପ୍ରଥମ ସ୍ତ୍ରୀକୁ ଘରୁ ତଡି ଦ୍ବିତୀୟ ସ୍ତ୍ରୀକୁ ବିବାହ କରିବା ନେଇ ଆଜି ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ ୨୦୦୬ ମସିହାରେ ବୈପାରିଗୁଡା ଥାନା ଅନ୍ତର୍ଗତ ମାଝିଗୁଡା ଗ୍ରାମରେ ଜେମା ମାଛ ବାଲାଜୀ ମାଛକୁ ବିବାହ କରିଥିଲେ। ସେମାନଙ୍କ ୩ଟି ସନ୍ତାନ ମଧ୍ୟ ରହିଛି। ଗତ କିଛି ଦିନ ହେଲା ବାଲାଜୀ ମାଛ ଦ୍ବିତୀୟ ବିବାହ କରି ସ୍ତ୍ରୀକୁ ଘରକୁ ଆଣିବା ପରେ ପ୍ରଥମ ସ୍ତ୍ରୀ ଜେମାଙ୍କ ସହ ଝଗଡା ଲାଗି ଘରୁ ତଡିଦେଲେ। ଜେମା ନିଜ ବାପଘରକୁ ଆସିବା ପରେ ମହିଳାଥାନାରେ ସ୍ବାମୀଙ୍କ ନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ମହିଳାପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ମହିଳାଥାନା ଅଧିକାରି ଅଶ୍ରିତା କାଲକୋ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି