ଜୟପୁର, ୧୨ ଜୁଲାଇ (ହି.ସ.) - ଆଦିବାସୀଙ୍କ ପରମ୍ପରା ନାମରେ ପ୍ରେମୀ ଜୁଗଳକୁ ବେକରେ ଜୁଆଳୀ ବାନ୍ଧି ପଶୁଙ୍କ ଭଳି ଲଙ୍ଗଳ ଦ୍ୱାରା ଜମିରେ ଚାଷ କରାଇ ବେତ ରେ ମାଡ ମାରିବା ଘଟଣା ସାରା ରାଜ୍ୟ ରେ ଚହଲ ସୃଷ୍ଟି କରିଥିଲା ।ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁଦଣ୍ଡ ଦେବା ଘଟଣା,ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧୂକାର କମିଶନଙ୍କ ନିକଟରେ ମାମଲା ଦାୟର ହୋଇଛି ଓ
ମାନବିକତାର ସମସ୍ତ ସୀମା ଉଲଂଘନ ହୋଇଛି । ସେମାନଙ୍କର ସ୍ୱାଧୂନ ଭାବେ ବଂଚିବାର ଅଧୂକାର କ୍ଷୁଣ୍ଣ କରାଯାଇ ଥିବା ସହ ମାନବାଧୂକର ଉଲଂଘନ କରାଯାଇଛି । ନିର୍ଭୟରେ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ ଜୀବନ ଯାପନ କିପରି କରିପାରିବେ ସେନେଇ ପ୍ରେମୀ ଯୁଗଳଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧୂକାର କମିଶନଙ୍କ ନିକଟରେ ଦାବି କରାଯାଇଛି । ଜୟପୁରର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ର ମାମଲା ଦାୟର କରିଛନ୍ତି । ଅମାନୁଷିକ ଦଣ୍ଡ ଦିଆଯାଇଥିବାରୁ ଘଟଣାଟି ର ତଦନୁ କରି ନିର୍ଯ୍ୟାତିତ ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଓ ସୁରକ୍ଷା ଯୋଗାଇଦେବା ପାଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ତୁରନ୍ତି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।
ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଙ୍ଗାପୁର ବ୍ଲକ୍ ଶିକର ପାଇ ପଂଚାୟତ କଞ୍ଜାମଯୋଡି ଗାଁ ଘଟିଛି ଅଭାବ ନିୟ ଘଟଣା । ଆଦିବାସୀ ସଂପ୍ରଦାୟ ମଧ୍ୟରେ ବଂଶ ର ପୁଅ ଓ ଝିଅ ମଧ୍ୟରେ ବିବାହ ନିଷେଧ ରହିଛି । ପରମ୍ପରା କୁ ଅମାନ୍ୟ କରି ପ୍ରେମ ସମ୍ପର୍କ ରଖୁଥିବା ଜଣା ପଡ଼ିବା ପରେ ଗାଁ ବାସି କ୍ଷୁବ୍ଧ ହୋଇ ପଡ଼ିଥିଲେ ପ୍ରେମ କୁ ସ୍ୱୀକୃତି ଦେବାପାଇଁ ବୈଠକ କରି ଦଣ୍ଡ ଦେଇଥିଲେ । ପ୍ରେମୀ ଯୁଗଳ ପିଉସୀ ଓ ଝିଆରୀ ଙ୍କୁ ବେକରେ ଯୁଆଳି ବାନ୍ଧି ବିଲ ରେ ଚାଷ କରାଇଥିଲେ ଗୋରୁଙ୍କୁ ମାରିବା ଭଳି ବେତ ରେ ମାଡ ମାରିଥିଲେ ।ଏହି ଘଟଣା ଟି ରାଜ୍ୟ ସାରା ଚାହଲ ସୃଷ୍ଟି କରିଛି । ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧୂକାର, ଏକ ନିରପେକ୍ଷ ବିଚାର ଏବଂ ଉପଯୁକ୍ତ ପ୍ରକ୍ରିୟାର ଅଧୂକାର ରହିଛି, ଧାରା ୧୪ ଅନୁଯାୟୀ ଆଇନ ସମ୍ମୁଖରେ ସମସ୍ତ ଙ୍କୁ ସମାନ ଅଧୂକାର ରହିଛି, ଧାରା ୧୫ ଅନୁଯାୟୀ ଭେଦଭାବ ନିଷେଧ, ଏବଂ ଧାରା ୧୯ ଅନୁଯାୟୀ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ଏଥିରେ ସେସବୁ ଅଧୂକାର ଉଲଂଘନ ହୋଇଛି ।
ରାୟଗଡା ଜିଲ୍ଲା କଞ୍ଜାମ ଯୋଡି ଗ୍ରାମଠାରେ ଘଟିଥିବା ଆଦିବାସୀ ପରମ୍ପରା କଙ୍ଗାରୁ କୋର୍ଟରେ ପ୍ରେମ ପାଇଁ ଦଣ୍ଡ ମାମଲାରେ ହସ୍ତକ୍ଷେପ ଏବଂ ତଦନୁ କରି ପୀଡିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଚିତ୍ କାର୍ଯ୍ୟପନ୍ଥା ଗ୍ରହଣ କରିବା ସକାଶେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ୍ୟ ଅନୁରୋଧ କରାଯାଇଛି ଓ ଏପରି ଘଟଣା ଯେପରି ପୁନଃରା ବର୍ତୀ ନହେବ ସାଥି ପାଇଁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି