ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ
ସୁବର୍ଣ୍ଣପୁର, 12 ଜୁଲାଇ (ହି.ସ.)ବୌଦ୍ଧ ଜିଲ୍ଲା କଣ୍ଟାମାଳ ସହ ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି I ବିଶେଷ କରି ମାରାଡୁଗୋଛl ଗ୍ରାମ ଛକ ଠାରୁ ବନ୍ଧ କେଡ଼ା ଦେଇ ଗୁଞ୍ଜିମୁଣ୍ଡା ଛକ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଛି I ଏ
ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ


ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ


ସୁବର୍ଣ୍ଣପୁର, 12 ଜୁଲାଇ (ହି.ସ.)ବୌଦ୍ଧ ଜିଲ୍ଲା କଣ୍ଟାମାଳ ସହ ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି I ବିଶେଷ କରି ମାରାଡୁଗୋଛl ଗ୍ରାମ ଛକ ଠାରୁ ବନ୍ଧ କେଡ଼ା ଦେଇ ଗୁଞ୍ଜିମୁଣ୍ଡା ଛକ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଛି I ଏହି ରାସ୍ତାରେ ମଣିଷ ତ ଦୂର କଥା ଜୀବଜନ୍ତୁ ଚାଲି ଯିବା ପାଇଁ ମଙ୍ଗିବେ ନାହିଁ I ରାସ୍ତା ମରାମତି ଓ ଅର.ଡ଼ି ବିଭାଗରୁ ପି ଡବ୍ଲୁ ଡି ବିଭାଗକୁ ହସ୍ତାନ୍ତର ଆନ୍ଦୋଳନ ପାଇଁ ସଜବାଜ ଲିଖିତ ଅଭିଯୋଗ ଅଞ୍ଚଳବାସୀଙ୍କ ପକ୍ଷରୁ ହେବା ପରେ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ସହ ପୋଲିସ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଆଲୋଚନା ଓ ପ୍ରତିଶୃତି ପ୍ରଶାସନ ପକ୍ଷରୁ ଦିଆଯାଇଥିଲା I ହେଲେ ଦୁଃଖର କଥା ଆଜିକୁ ତିନି ମାସ ବିତି ଗଲା ହେଲେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରି ପାରିଲେ ନାହିଁ ବିଭାଗୀୟ ଅଧିକାରୀ I ଧନ୍ୟ ସେ ଅଞ୍ଚଳବାସୀ ଧନ୍ୟ ତାଙ୍କର ସହିଷ୍ଣୁତା I ମରାଡୁଗୋଛା ଛକରୁ ଗୁଞ୍ଜିମୁଣ୍ଡା ଛକ ପର୍ଯ୍ୟନ୍ତ ପ୍ରାୟ ୩କିଲୋମିଟର ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି l ଯିବା ଆସିବା ସମ୍ଭବ ହୋଇ ପାରୁ ନାହିଁ I ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ରହିଛି I ମୂଳତ ଏହି ରାସ୍ତା ଟି ତରଭା ବ୍ଲକର କଦଳୀପାଲି ଛକ ଠାରୁ ଗୁଞ୍ଜିମୁଣ୍ଡା ଗ୍ରାମ ଛକ ଦେଇ ତେଳନଦୀ ପୋଲ ସହିତ ସଂଯୋଗ କରି ପ୍ରାୟ୧୦ ଦଶ କିଲୋମିଟର ଲମ୍ଭା ଖାଳ ଢିପ ରେ ପୂର୍ଣ୍ଣ ରାସ୍ତା ରହିଛି I ରାସ୍ତା ର ଅନେକ ସ୍ଥାନ ରେ ପିଚୁ ଉଠି ବିପର୍ଯ୍ୟସ୍ତ ହୋଇ ପଡିଛି I ଏହି ରାସ୍ତାଉପରେ ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ଅଞ୍ଚଳ ବାସୀ ସହ ତରଭା ବ୍ଲକର ମାରାଡୁଗୋଚ୍ଛା ପଞ୍ଚାୟତର ବନ୍ଧକେଡ଼ା, ଗୁଞ୍ଜି ମୁଣ୍ଡା, ମାରାଡୁଗୋଚ୍ଛା, ରୁଗୁଡ଼ିପାଳି, ସହିତ ନିକଟସ୍ଥ ପଞ୍ଚାୟତ ଅଞ୍ଚଳବାସୀ ଯାତାୟାତନେଇ ନିର୍ଭର କରିଥାନ୍ତି I ଏହା ସହିତ ମାତ୍ରାଧିକ ଭାରିଜାନ ଯାତାୟାତକରି ଥାଏ I ଫଳରେ ରାସ୍ତା ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ, (ଖାଳ)ସୃଷ୍ଟି ହେବା ଯୋଗୁଁ ସାଧାରଣ ଲୋକ ଯାତାୟତରେ ନାହିଁ ନ ଥିବାର ଅସୁବିଧାର ସମୁଖୀନ ହେଉଛନ୍ତି I

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande