ଜୟପୁର, ୧୨ ଜୁଲାଇ (ହି.ସ.) - ବୃକ୍ଷରୋପଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ସ୍ତ୍ରରୀୟ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମରେ ଜୟପୁର ବ୍ଲକ ଗମେଂଟ ୟୁପିଏସ ଆଂଚଳିକ ସାଧନକେନ୍ଦ୍ରରେ ତା- ୯-୭-୧୦୨୫ ରିଖଠାରୁ ଅବ୍ୟାହତ ବୃକ୍ଷରୋପଣ କାର?୍ୟ୍ୟ ଚାଲୁରହିଛି। ଏହି କାର୍ଯ୍ୟକ୍ରମଟି ଜୟପୁର ଗୋଷ୍ଠୀଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସିଆରସିସି ବିଜୟଲକ୍ଷ୍ମୀ ସ୍ୱାଇଁଙ୍କ ତତ୍ୱାବଧାନରେ ପ୍ରାଥମିକ ବିଦ୍ୟାଳୟ ହାନାଗୁଡା, ଗଡ଼ିଆ ଧୋବାସାହି, ପାୱାର ହାଉସ କଲୋନୀ, ସାନ୍ତରା ସାହି, ଏକ୍ସବୋର୍ଡ଼ ମହମ୍ମଦନ, ସାରସ୍ୱତ ବାଲ ମନ୍ଦିର, ଜୟନଗର ଆଶ୍ରମ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୟନଗର, ପାଇକସାହି, ଗମେଂଟ ୟୁପିଏସ, ସୁନାରିସାହି ସହିତ ଜଗଦିଶ ଚନ୍ଦ୍ର ନାୟକ ଉଚ୍ଚ ବିଦ୍ୟାଳୟ, ପୌରପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପାଚିକା ଏବଂ କିଛି ଅଭିଭାବିକଙ୍କୁ ନେଇ କିଚେନ ଗାର୍ଡେନ ବୃକ୍ଷ, ଔଷଧୀୟ ବୃକ୍ଷ, ଏବଂ ଫୁଲ - ପତ୍ର ବୃକ୍ଷ ରୋପଣ କରି ସଫଳତା ହାସଲ କରିଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୃକ୍ଷରୋପଣର ଉପକାରୀତା ବୁଝାଇବା ସହିତ ବୃକ୍ଷର ଯତ୍ନନେବା ବିଷୟରେ ସଚେତନ କରାଯାଇଅଛି। ଛାତ୍ରଛାତ୍ରୀମାନେ ଗୀତଗାଇ, ସ୍ଲୋଗାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ଉପଭୋଗ୍ୟ କରାଇଛନ୍ତି। ଏହି କାର?୍ୟ୍ୟକ୍ରମ ଆସନ୍ତା ପନ୍ଦର ତାରିଖ ଯାଏଁ ଅବ୍ୟାହତ ରହିବ।
ହିନ୍ଦୁସ୍ଥାନ ସମାଚାର / ପିକେପି