ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା, ନିରପେକ୍ଷ ତଦନ୍ତ ଦାବି କଲେ ପରିବାର ଲୋକେ
ଚମ୍ପୁଆ, ୧୨ ଜୁଲାଇ (ହି.ସ.) - ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲ ରେ ଅଘଟଣ । ଚାରି ମହଲା ହଷ୍ଟେଲ କୋଠା ରୁ ଡେଇଁ ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ଛାତ୍ରଙ୍କ ନାମ କ୍ରୀଷ୍ଣା ପ୍ରଧାନ । ବର୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସା
ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା, ନିରପେକ୍ଷ ତଦନ୍ତ ଦାବି କଲେ ପରିବାର ଲୋକେ


ଚମ୍ପୁଆ, ୧୨ ଜୁଲାଇ (ହି.ସ.) - ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲ ରେ ଅଘଟଣ । ଚାରି ମହଲା ହଷ୍ଟେଲ କୋଠା ରୁ ଡେଇଁ ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ଛାତ୍ରଙ୍କ ନାମ କ୍ରୀଷ୍ଣା ପ୍ରଧାନ । ବର୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ପାଂଚଟା ବେଳେ ଏହି ଅଘଟଣ ଘଟିଛି । ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଓ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଘଟଣା ସ୍ଥଳରେ ପହଂଚିଛନ୍ତି । ଚମ୍ପୁଆ ଥାନାଧିକାରୀ ରମାକାନ୍ତ ମୁଦୁଲି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ରେ ପହଂଚିଛନ୍ତି । ବିଦ୍ୟାଳୟ କର୍ତୁପକ୍ଷ ଙ୍କ ନିର୍ଯ୍ୟାତନା ସହି ନ ପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରି ଛାତ୍ର ମୃତ୍ୟୁ ର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ଦାବୀ କରିଛନ୍ତି । ମୃତ ଛାତ୍ର ଙ୍କ ଘର ଝାଡଖଣ୍ଡ ରାଜ୍ୟ ର ଖରସୁଆଁ ରେ । ସେ ଗତବର୍ଷ କେରଳା ସ୍କୁଲ ରେ ନାମ ଲେଖାଇ ଥିବା ବେଳେ ସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande