କେନ୍ଦ୍ରାପଡ଼ା, ୧୨ ଜୁଲାଇ(ହି.ସ.) – େକେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କ ଆବାସିକ କାର୍ଯ୍ୟାଳୟରେ ଜମି ଅଧିଗ୍ରହଣ ମାମଲା ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ରବିନ୍ଦ୍ର କୁମାର ମଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମାର୍ଶାଘାଇ, ମହାକାଳପଡ଼ା, ଡେରାବିଶ ଅଂଚଳଗୁଡ଼ିକରେ ସରକାରୀ ଜମିଗୁଡ଼ିକୁ ଚିହ୍ନଟ କରି ଇଡକୋକୁ ହସ୍ତାନ୍ତର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବିଭିନ୍ନ ତହସିଲ ଅଂଚଳରେ ସରକାରୀ ଜମିକୁ ଜବରଦଖଲକାରୀଙ୍କ ଠାରୁ ମୁକ୍ତକରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି