ଅବଧି ସମୟ ପରେ ଧର୍ମଶାଳା - ବୁଦ୍ଧଛକ ରାସ୍ତା ଅଧପନ୍ତରିଆ : ତେଜୁଛି ଜନଅସନ୍ତୋଷ
ଧର୍ମଶାଳା,୧୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକରେ ଏବେ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ବ୍ଲକର ଜାରକାସ୍ଥିତ ୧୬ ନଂ ଜାତୀୟ ରାଜପଥର ବୁଦ୍ଧଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍
ଅବଧି ସମୟ ପରେ ଧର୍ମଶାଳା - ବୁଦ୍ଧଛକ ରାସ୍ତା ଅଧପନ୍ତରିଆ :  ତେଜୁଛି ଜନଅସନ୍ତୋଷ


ଧର୍ମଶାଳା,୧୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକରେ ଏବେ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ବ୍ଲକର ଜାରକାସ୍ଥିତ ୧୬ ନଂ ଜାତୀୟ ରାଜପଥର ବୁଦ୍ଧଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଦୀର୍ଘ ଦିନ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା କେବେ ଶେଷ ହେବ ତହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅବଧି ଶେଷ ହୋଇ ଯାଇଥିଲେ ବି ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ରାସ୍ତା କାର୍ଯ୍ୟ ଶେଷ ହେଉନାହିଁ।ଏହି ରାସ୍ତା ନିର୍ମାଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ୧୪କୋଟି ୬୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ୨୦୨୩ ଡିସେମ୍ବର ୮ତାରିଖରେ ଏହାର ଶିଳାନ୍ୟାସ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଆରମ୍ଭରୁ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା। ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିବା ବାରମ୍ୱାର ଅଭିଯୋଗ ପରେ ବି କୌଣସି ସମାଧାନ ଦେଖିବାକୁ ମିଳିନଥିଲା। ଏହି ରାସ୍ତା ଟି ବୁଦ୍ଧ ଛକ ଠାରୁ ଶାନ୍ତିବଜାର ଛକ ଏବଂ ସେଠାରୁ ଧର୍ମଶାଳା ବଜାର ମଧ୍ୟ ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର‌୍ୟ୍ୟନ୍ତ କରିବା ପାଇଁ ଠିକାଦାର ଚୁକ୍ତି କରିଥିଲା । ଏହି ରାସ୍ତାଟି ଧର୍ମଶାଳା ଥାନା, ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର, ତହସିଲ୍ କାର୍ଯ୍ୟାଳୟ, ଏବଂ ରାସ୍ତା ପାଶ୍ୱର୍ରେ ବିଭିନ୍ନ ମଣ୍ଡପ ଥିବା ସହ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । କାର୍ଯ୍ୟ କୁ ସମୟ ସୀମା ମଧ୍ୟରେ କରିବା ପରିବର୍ତେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଅଂଚଳବାସୀ ଙ୍କ ଚିନ୍ତା ର କାରଣ ପାଲଟିଛି। ଏହି ରାସ୍ତା ସଂପର୍କ ରେ ବାରମ୍ୱାର ଖବର ପ୍ରସାରଣ ପରେ ଗତ ମାର୍ଚ୍ଚ ମାସ ରେ ଠିକାଦାର ଚତୁରତାର ସହ ଶାନ୍ତିବଜାର ଠାରୁ ଧର୍ମଶାଳା ବଜାର ପର‌୍ୟ୍ୟନ୍ତ ଅଧା ରାସ୍ତା ଟିକୁ ତରବରିଆ ଭାବରେ ପିଚୁ କରି ଦେଇଥିବା ବେଳେ ଶାନ୍ତିବଜାର ଠାରୁ ବୁଦ୍ଧଛକ ପର‌୍ୟ୍ୟନ୍ତ ରାସ୍ତା ଟି ଖୋଳି ତାଢ଼ି ହୋଇ ବିପଦ ପୂର୍ଣ୍ଣ ଭାବେ ପଡିଛି। ଯାହା ଫଳରେ ଯାତାୟତରେ ନାନା ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ରାସ୍ତା ର ମଝି ରେ କିଛି ବାଟ ପାଇଁ ଏକ ଡିଭାଇଡର ଅର୍ଦ୍ଧ ନିର୍ମିତ ଭାବେ ରହିଛି। ରାସ୍ତାର ପିଚୁ ଖୋଳି ଦିଆଯାଇଛି । ଯାହା ଫଳରେ ବାଇକ୍ ଓ ସାଇକେଲ ଆରୋହୀ ବିଭିନ୍ନ ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି। ରାତି ସମୟ ପାଇଁ କୌଣସି ଲାଇଟ ବ୍ୟବସ୍ତା ନାହିଁ କି ରାସ୍ତା କାର୍ଯ୍ୟ ଚାଲୁଥିବା ପାଇଁ କୌଣସି ସର୍ତକ ସୂଚନା ର ବ୍ୟବସ୍ଥା ମଧ୍ୟ ନାହିଁ। ପୂର୍ବରୁ ବିଦ୍ୟୁତ୍ ଖୁଂଟ ରାସ୍ତା ଉପରେ ଥିବା ଯୋଗୁ ରାସ୍ତା କାର୍ଯ୍ୟ ବିଳମ୍ବ ହେଇଥିବା ବେଳେ ବର୍ତମାନ ବର୍ଷା ସମସ୍ୟା ଯୋଗୁ କାର୍ଯ୍ୟ ବନ୍ଦ ହୋଇ ରହିଥିବା ବିଭାଗ ପକ୍ଷରୁ ସଫେଇ ଦିଆ୍‌ଯାଉଛି । ତେବେ ଦୀର୍ଘ ଦେଢ ବର୍ଷ ହେଲା ଚାଲିଥିବା ରାସ୍ତା କାମ ଅଦ୍ୟାବଧି ନ ସରିବା ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଯଥାଶିଘ୍ର ଏହି କାମକୁ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande