ଓଡିଶା ସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ସାରସ୍ୱତ ପ୍ରତିଯୋଗିତା
ଭଦ୍ରକ, ୧୨ ଜୁଲାଇ (ହି.ସ.) - ଓଡିଶା ସାହିତ୍ୟ ଏକାଡେମୀର ଜୁଲାଇ ୨୫ ତାରିଖରେ ହେବାକୁ ଥିବା ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାରସ୍ୱତ ପ୍ରତିଯୋଗିତା ସଂସ୍କୃତି ଭବନ,ଭଦ୍ରକ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦଙ୍କ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ମୋଟ ଚାରିଗୋଟି ବିଭା
odisha sahitya academy pratijogita


ଭଦ୍ରକ, ୧୨ ଜୁଲାଇ (ହି.ସ.) - ଓଡିଶା ସାହିତ୍ୟ ଏକାଡେମୀର ଜୁଲାଇ ୨୫ ତାରିଖରେ ହେବାକୁ ଥିବା ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାରସ୍ୱତ ପ୍ରତିଯୋଗିତା ସଂସ୍କୃତି ଭବନ,ଭଦ୍ରକ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦଙ୍କ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ମୋଟ ଚାରିଗୋଟି ବିଭାଗ ଯଥା ପ୍ରବନ୍ଧ, କବିତା ଆବୃତି, ସାଧାରଣ ଜ୍ଞାନ ଓ ଅନୁବାଦ ଏବଂ ବକ୍ତୃତା ରେ ଦୁଇଟି ଗ୍ରୁପ ରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର (କନିଷ୍ଠ ଓ ବରିଷ୍ଠ ) ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀ ଛାତ୍ର ଛାତ୍ରୀଙ୍କ ସମେତ ଉଭୟ ଗ୍ରୁପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସଂଯୋଜନା କରିଥିଲେ ପୂର୍ଣଚନ୍ଦ୍ର ବହଳୀ । ଶ୍ରୀମତୀ ରାଧା ମହାପାତ୍ର, ଶଶଧର ମହନୀ, ପବିତ୍ର ପାଣିଗ୍ରାହୀ , କିଶୋର ପାଣିଗ୍ରାହୀ, ସୁଚିତ୍ରା ପାଣିଗ୍ରାହୀ, ନିର୍ମଳ ରାଉତ, ରମାକାନ୍ତ ନାୟକ, ମନୋରମା ରାୟ, ଗୀତାରାଣୀ ଆଇଚ, ପ୍ରଦ୍ୟୋତନ ସୁଆର ପୂର୍ଣଚନ୍ଦ୍ର ବହଳୀ ବିଚାରକ ଭାବେ ଯୋଗଦାନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିକ୍କା ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande